ଓଡ଼ିଶାସ୍ୱାସ୍ଥ୍ୟ

୨୪ ଘଣ୍ଟା ଖୋଲା ରହିବ ପ୍ରାଥମିକ ଚିକିତ୍ସାଳୟ

ଭୁବନେଶ୍ୱର ; ୫।୯  ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ହେବ ପରିବର୍ତ୍ତନ । ନୂଆ ଭାରତ ଜନସ୍ୱାସ୍ଥ୍ୟ ସୂଚକାଙ୍କ ଅନୁସାରେ ଏଣିକି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ନୂଆକରି ହେବାକୁ ଥିବା ଚିକିତ୍ସାଳୟ ଏବଂ ପୁନଃ ଉନ୍ନତିକରଣ ହେବାକୁ ଥିବା ଚିକିତ୍ସାଳୟରେ ନୂଆ ଆଇପିଏଚଏସ୍‌ ଲାଗୁ କରାଯିବ । ଏଥିରେ ପ୍ରାଥମିକ ଚିକିତ୍ସାଳୟରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ନିୟମ ଅନୁସାରେ ପ୍ରାଥମିକ ଚିକିତ୍ସାଳୟରେ ବି ଶଯ୍ୟା ବ୍ୟବସ୍ଥା କରାଯିବ। ପୂର୍ବରୁ ଡେ’କେୟାର ବ୍ୟବସ୍ଥା ଥିବାବେଳେ ଏବେ ୨୪ ଘଣ୍ଟିଆ ବ୍ୟବସ୍ଥା କରାଯିବ । ପ୍ରାଥମିକ ଚିକିତ୍ସାଳୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଡେ’ କେୟାର ସହିତ ପ୍ରତିଦିନ ୨୪ ଘଣ୍ଟା ଚିକିତ୍ସାଳୟ ଖୋଲା ରହିବ । ଡେ’ କେୟାରରେ ଦୁଇବେଳା ପୂର୍ବଭଳି ବର୍ହିବିଭାଗ ରହିବ ଏବଂ ୨୪ ଘଣ୍ଟିଆ ଚିକିତ୍ସାଳୟରେ ୬ ଶଯ୍ୟା ରହିବ। ଯେଉଁଥିରେ ରୋଗୀ ରହି ଚିକିତ୍ସିତ ହୋଇ ପାରିବେ। ଅନ୍ୟପକ୍ଷରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଶଯ୍ୟା ସଂଖ୍ୟା ବୃଦ୍ଧି ହେବ । ରାଜ୍ୟର ଅନେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ରୁ ୧୨ ଶଯ୍ୟା ଥିବାବେଳେ ନୂଆ ନିର୍ଦେଶନାମା ଅନୁସାରେ ୩୦ ଶଯ୍ୟା ରହିବ। କେବଳ ଏତିକି ନୁହେଁ ସଦର ଚିକିତ୍ସାଳୟରେ ୧୦୦ ଏବଂ ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ ଶଯ୍ୟା ରହିବ। ବର୍ତ୍ତମାନ କିଛି ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ ଆରମ୍ଭ ହୋଇଥିବା‌େ‌ବଳେ ଧୀରେ ଧୀରେ ସୂଚକାଙ୍କ ପୂରଣ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com