ରାଜନୀତି

ବିଶିଷ୍ଟ ସାହିତ୍ୟିକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି

ପଦ୍ମ ଧରିଛନ୍ତି ଆଇଏଏସ ଟପ୍ପର୍। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ଧାରାରେ ପୂର୍ବତନ ଆଇଏଏସ ଟପ୍ପର୍ ତଥା ବିଶିଷ୍ଟ ସାହିତ୍ୟିକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କାଳିଦାସପୁର ଗାଁର ଅଧିବାସୀ ଡ.ପଣ୍ଡା ୧୯୭୯ ବ୍ୟାଚର ଆଇଏଏସ ଟପ୍ପର୍ ଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଡ.ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି। ୨୦୧୫ରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ସଚିବଭାବେ ଅବସର ଗ୍ରହଣ କରିଛନ୍ତି।

ପୂର୍ବରୁ କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ସଚିବ ଭାବେ କାର୍ଯ୍ୟ କରିଥିବା ୬୯ ବର୍ଷୀୟ ହୃଷୀକେଶ କେନ୍ଦ୍ରକୁ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, କେନ୍ଦ୍ରାଞ୍ଚଳ ଓ ଉତ୍ତରାଞ୍ଚଳ ଆୟୁକ୍ତ, ଶିଳ୍ପ ଉନ୍ନୟନ ବିଭାଗ ତଥା ଓମଫେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଭାବେ କାର୍ଯ୍ୟ କରି ଆସିଥିଲେ। ଏବେ ସେ ବିଜେପିରେ ସାମିଲ୍‌ ହେବା ପରେ ଭଦ୍ରକ ରାଜନୀତି ସରଗରମ ରହିଛି।

ଏଠାରେ କହିରଖୁଛୁ ଯେ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ଓ ରାଜ୍ୟ ସଭାର ପୂର୍ବତନ ଯୁଗ୍ମ ସଚିବ ଚୌଧୁରୀ ରମାକାନ୍ତ ଦାସ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭା

Related Articles

Back to top button
WP Twitter Auto Publish Powered By : XYZScripts.com