ଜାତୀୟରାଜନୀତି

ନାମାଙ୍କନ ଦାଖଲ କଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ସୋମବାର ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ। ‘ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ଜୁଲାଇ ୨୦ରେ ନାମାଙ୍କନ ପତ୍ର ଯାଞ୍ଚ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ। ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଧନଖଡ଼ କହିଛନ୍ତି, ମୋ ପରି ଜଣେ ସାଧାରଣ ବ୍ୟକ୍ତିକୁ ଏଭଳି ସୁଯୋଗ ମିଳିବ ବୋଲି କଳ୍ପନା ମଧ୍ୟ କରି ନ ଥିଲି। ଜଣେ କୃଷକର ପୁଅ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛି। ଏଥିନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ନେତାମାନଙ୍କ ପ୍ରତି ଧନଖଡ଼ କୃତଜ୍ଞତା ଜଣାଇଛନ୍ତି । । ଏନ୍‌ଡିଏ’ର ପ୍ରାର୍ଥୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲ୍‌ଭାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com