Featuredଅନ୍ତର୍ଜାତୀୟଜାତୀୟ

ମହାକାଶରେ ନୂଆ ଗ୍ରହାଣୁ, ହୋଇପାରେ ପୃଥିବୀ ପାଇଁ ମହାପ୍ରଳୟର କାରଣ

ଆଷ୍ଟ୍ରୋନମରଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ବଡ ଗ୍ରହାଣୁର ସନ୍ଧାନ କରିଛନ୍ତି। ଯାହାର ଭବିଷ୍ୟତରେ ପୃଥିବୀ ସହ ଧକ୍କା ଲାଗିବାର ଅନେକ ସମ୍ଭାବନା ରହିଛି। ରିପୋର୍ଟ ଅନୁସାରେ ଏହି ଗ୍ରହାଣୁର କକ୍ଷପଥ ପୃଥିବୀର କକ୍ଷ ପଥକୁ ଛେଦ କରୁଛି। ଏଣୁ ବୈଜ୍ଞାନିକମାନେ ଭବିଷ୍ୟତରେ ଭୀଷଣ ଧକ୍କାର ପୂର୍ବାନୁମାନ କରିଛନ୍ତି। ୧.୫ କିଲୋମିଟର ଦୀର୍ଘ ଏହି ଗ୍ରହାଣୁକୁ ବୈଜ୍ଞାନିକମାନେ ୨୦୨୨ ଏପି୭ ନାମରେ ନାମିତ କରିଛନ୍ତି। ବୈଜ୍ଞାନିକମାନେ ଏପରି ଏକ ସ୍ଥାନରେ ଏହି ଗ୍ରହାଣୁକୁ ଚିହ୍ନଟ କରିଛନ୍ତି ଯେଉଁଠାରେ ସୂର୍ଯ୍ୟଙ୍କ କିରଣ ଯୋଗୁ କିଛି ଦେଖାଯାଏନି। ତେବେ ଡାର୍କ ମ୍ୟାଟରର ଅଧ୍ୟୟନ ନିମନ୍ତେ ବିକଶିତ କରାଯାଇଥିବା ଭିକ୍ଟର ଏମ୍ ବ୍ଲେଙ୍କୋ ଟେଲିସ୍କୋପ ସହାୟାତରେ ଆଷ୍ଟ୍ରଏଡକୁ ସମୟ ପୂର୍ବରୁ ଖୋଜା ଯାଇଥିବାରୁ ବଡ ଉପଲବ୍ଧି ବୋଲି ଏବେ ବିଚାର କରାଯାଉଛି। ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଖଗୋଳବିଦ୍ ସ୍କର୍ଟ ସେପର୍ଡ କହିଛନ୍ତି ଯେ ୨୦୨୨ ଏପି୭ ପୃଥିବୀର କକ୍ଷକୁ ପାର କରୁଛି, ଏଣୁ ଏହା ଏକ ବିପଦଜନକ ଆଷ୍ଟ୍ରଏଡ ବୋଲି ବିଚାର କରାଯାଉଛି।

କୌଣସି ପରିକ୍ରମଣ କରୁଥିବା ବସ୍ତୁ ପରି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ମଧ୍ୟ ନିଜ ଆଡକୁ ଆକର୍ଷିତ କରିଆଣିପାରେ ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି। ଏକାଧିକ ଅବଜରଭେଟରୀର ପରିଚାଳନା କରୁଥିବା ଆମେରିକୀୟ ରିସର୍ଚ୍ଚ ଗ୍ରୁପ ଖୋଜା ଯାଇଥିବା ଆଷ୍ଟ୍ରଏଡକୁ ଗତ ୮ ବର୍ଷ ହେଲା ପୃଥିବୀ ଲାଗି ବିପଦଜନକ ଥିଲା ବୋଲି କହିଛି। ୨୦୨୨ଏପି୭କୁ ସୂର୍ଯ୍ୟଙ୍କୁ ପରିକ୍ରମା କରିବା ଲାଗି ୫ ବର୍ଷ ସମୟ ଲାଗୁଛି। ତେବେ ଏହା ପୃଥିବୀର ନିକଟତମ ବିନ୍ଦୁଠାରୁ ଅନେକ ନିୟୁତ କିଲୋମିଟର ଦୂରରେ ଯାଉଛି। ତେବେ ବୈଜ୍ଞାନିକମାନେ ଏହି ଆଷ୍ଟ୍ରଏଡ ଯୋଗୁ ପୃଥିବୀ ଲାଗି ଏତେବଡ଼ ବିପଦ ବୋଲି ଅନୁମାନ କରୁ ନାହାନ୍ତି। ହେଲେ ଭବିଷ୍ୟତରେ ମାଧ୍ୟାକର୍ଷଣ ପ୍ରଭାବରେ ଆଷ୍ଟରଏଡ ତାର ଦିଗ ବଦଳାଇ ଦେଇପାରେ ବୋଲି ବୈଜ୍ଞାନିକ ଆକଳନ କରୁଛନ୍ତି। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ୧ କିଲୋମିଟରରୁ ବଡ ୮୫୦ ଏଷ୍ଟ୍ରଏଡର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏ ଆଷ୍ଟରଏଡ ଗୁଡିକ ପୃଥିବୀର ପାଖାପାଖି ଅଛନ୍ତି। ଏମାନଙ୍କ ମଧ୍ୟରେ ୨୦୨୨ ଏପି୭ ପୃଥିବୀର ଖୁବ ନିକଟତର ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com