Breaking NewsFeaturedରାଜନୀତି

୨୪ ଲୋକସଭାରେ ପଡିବ ମୂଳଦୁଆ, ୨୬ରେ ସଫା ହୋଇଯିବେ ମମତା ବାନାର୍ଜୀ : ଶାହ

ପଶ୍ଚିମବଙ୍ଗରେ ଆଉ ଚାଲିବନି ଦିଦି ମ୍ୟାଜିକ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମୟ ସମାପ୍ତ ହୋଇଛି । ଏଥର ବଙ୍ଗଳାରେ ସରକାର ଗଠନ କରିବ ବିଜେପି । ଏବଂ ୨୦୨୪ ନିର୍ବାଚନରେ ପୁଣି କ୍ଷମତାକୁ ଆସିବ ଦଳ । କାରଣ ସୁନାର ବଙ୍ଗଳା ଓ ମା ମାଟି ମଣିଷର ସ୍ଲୋଗାନ ସହିତ କମ୍ୁ୍ୟନିଷ୍ଟ ମାନଙ୍କୁ ହଟାଇ କ୍ଷମତାକୁ ଆସିଥିଲେ ମମତା ବାନାର୍ଜୀ । ହେଲେ ପଶ୍ଚିମବଙ୍ଗରେ ହୋଇନି କୌଣସି ପରିବର୍ତ୍ତନ । ଆଜି ମଧ୍ୟ ବଙ୍ଗଳାରେ ଅନୁପ୍ରବେଶ, ଅଶାନ୍ତ, ରାଜନୈତିକ ହିଂସା ଏବଂ ଦୁର୍ନୀତି ଘଟୁଛି। ଏଭଳି କିଛି କହି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ମୁଁ ଆଜି ଆହ୍ବାନ କରିବାକୁ ଆସିଛି, ଯଦି ୨୦୨୬ରେ ଏଠାରେ ବିଜେପି ସରକାର ଗଠନ କରିବାକୁ ପଡିବ, ତେବେ ୨୦୨୪ ଲୋକସଭା ନିର୍ବାଚନରେ ଏହାର ମୂଳଦୁଆ ପକାନ୍ତୁ ଏବଂ ମୋଦି ଜୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରନ୍ତୁ।

ଏଠାରେ କହିରଖୁଛୁ ଯେ ଆଗକୁ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ଗୋଟି ଚାଳନା ଆରମ୍ଭ କଲାଣି ବିଜେପି । ଏହିକ୍ରମରେ ପଶ୍ଚିମବଙ୍ଗର କୋଲକାତାରେ ଏକ ବୈଠକକୁ ସମ୍ବୋଧିତ କରିଥିଲେ ବିଜେପି ଚାଣକ୍ୟ ଅମିତ ଶାହା । ଏହି ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com