ଜାତୀୟରାଜନୀତି

ରାଜସ୍ଥାନ ବିଜେପି ନେତା କହିଲେ ‘ମୁଁ ୫ ଜଣଙ୍କୁ ହତ୍ୟା କରିଛି’, ବୟାନ ଆଧାରରେ ପୋଲିସରେ ଅଭିଯୋଗ

ରାଜସ୍ଥାନ ବିଜେପି ନେତା ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ପରେ ତାଙ୍କ ପାଇଁ ଅଡୁଆ ବଢିଛି ।  ଜ୍ଞାନଦେବଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜ୍ଞାନଦେବ କହୁଛନ୍ତି କି ‘ଆମେ ତ ସେମାନଙ୍କର ୫ ଜଣ ଲୋକଙ୍କୁ ମାରିଛୁ, ହେଲେ ପ୍ରଥମ ଥର ପାଇଁ ସେମାନେ ଆମର ଜଣେ ଲୋକଙ୍କୁ ହତ୍ୟା କରିଛନ୍ତି’ । ଜ୍ଞାନଦେବଙ୍କ ଏଭଳି ବୟାନ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି ।

ଜ୍ଞାନଦେବ ଆହୁଜା ମୋବ ଲିଚିଂରେ ମୃତ୍ରୁ୍ୟବରଣ କରିଥିବା ଚିରଞ୍ଜିଲାଲଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । କୁହାଯାଉଛି କି ଜ୍ଞାନଦେବ ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ଆଧାରରେ ଏହି ବୟାନ ଦେଇଛନ୍ତି । ଜ୍ଞାନଦେବ କେବଳ ଏତିକି କହି ନାହାଁନ୍ତ ସେ ଆହୁରି କହିଛନ୍ତି କି “ମୁଁ ମୋର କାର୍ଯ୍ୟକର୍ତ୍ତାଙ୍କୁ ପୁରା ସ୍ୱାଧୀନତା ଦେଇଛି , ଏହାସହ ସେମାନେ ହତ୍ୟା କରିବା ପରେ କିଭଳି ଜାମିନ ପାଇବେ ତାର ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଛି” । ଏଭଳି ବୟାନକୁ ନେଇ ମାମଲା ରୁଜୁ ହେବା ପରେ ଜ୍ଞାନ ଦେବ ସଫେଇ ଦେଇ କହିଛନ୍ତି କି ମୁଁ ସାଂପ୍ରଦାୟୀକ ବ୍ୟକ୍ତି ନୁହେଁ କି ମୁସଲମାନଙ୍କ ବିରୋଧରେ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com