ଜାତୀୟରାଜନୀତି

ଅଗଷ୍ଟ ୧୫ ସୁଦ୍ଧା ମହାରାଷ୍ଟ୍ରରେ କ୍ୟାବିନେଟ୍ ଗଠନ ହୋଇପାରେ

ମହାରାଷ୍ଟ୍ର, ୦୭/୦୮/୨୦୨୨-  ମହାରାଷ୍ଟ୍ରରେ ସିନ୍ଦେ ସରକାରର ଗଠନକୁ ୩୯ ଦିନ ହୋଇସାରିଥିଲେ ବି, କ୍ୟାବିନେଟ୍ ଗଠନ ହୋଇପାରିନି । କୁହାଯାଉଛି ଏକନାଥ ସିନ୍ଦେ ଗୋଷ୍ଠୀ ଓ ବିଜେପି ନେତାଙ୍କ ଭିତରେ ମନ୍ତ୍ରୀମଣ୍ଡଳ ଗଠନ ଫର୍ମୁଲା ଛିଣ୍ଡୁନଥିବାରୁ ମନ୍ତ୍ରୀମଣ୍ଡଳ ଗଠନରେ ଡେରି ହେଉଛି । ଯାହାକୁ ନେଇ ବିରୋଧୀମାନେ ବି ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ଲୋକଙ୍କ ଆଲୋଚନା ମୁତାବକ, ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି କାରଣରୁ ମହାରାଷ୍ଟ୍ରରେ କ୍ୟାବିନେଟ୍ ଗଠନ ବିଳମ୍ବ ହେଉଛି । ତେବେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ଏହା ବିଲକୁଲ୍ ଭୁଲ କଥା । କ୍ୟାବିନେଟ୍ ବିସ୍ତାର ଓ ସୁପ୍ରିମକୋର୍ଟ ଶୁଣାଣି ଭିତରେ କୌଣସି ଲେନ୍-ଦେନ୍ ନାହିଁ । ଅଗଷ୍ଟ ୧୫ ସୁଦ୍ଧା ମହାରାଷ୍ଟ୍ରରେ କ୍ୟାବିନେଟ୍ ଗଠନ ହୋଇପାରେ ।  ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାର ହେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୫ ମନ୍ତ୍ରୀପଦ ମିଳିପାରେ । ଅନ୍ୟପଟେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମହତ୍ତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିବା ନେଇ ଚର୍ଚ୍ଚା ଧରିଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com