ଜାତୀୟ

ରାଜଧାନୀରୁ ହଟିବ ୱିକେଣ୍ଡ କର୍ଫ୍ୟୁ, ଖୋଲିବ କି ସ୍କୁଲ? ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଲୀ() ଦେଶରେ କରୋନା ସଂକ୍ରମଣ ମାମଲା ତଳ ଉପର ହେଉଛି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଆଜି ସପ୍ତାହାନ୍ତ କର୍ଫ୍ୟୁ ହଟାଇବାକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି । କୋଭିଡ ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଡିଡିଏମଏ ଆଜି ଏକ ବୈଠକ ଡକାଇଛି । ବୈଠକରେ ୱିକେଣ୍ଡ୍ କର୍ଫ୍ୟୁ ହଟାଇବା ସହିତ ସ୍କୁଲ ଖୋଲିବାକୁ ନେଇ ନିଷ୍ପତ୍ତି ନିଆଯାଇ ପାରେ ।

ଅନ୍ୟପଟେ ଦିଲ୍ଲୀର ସଦସର ବଜାରର ବ୍ୟବସାୟୀମାନେ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟରେ ୱିକେଣ୍ଡ କର୍ଫ୍ୟୁ ହଟାଇବାକୁ ଦାବି କରିଛନ୍ତି । ଏହା ସହ ଦୋକାନୀମାନେ ଅର୍ଡ-ଇଭିନ୍ ଆଧାରରେ ଦୋକାନ ଖୋଲିବା ବ୍ୟବସ୍ଥାକୁ ବି ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com