ଜାତୀୟ

କାନପୁର ହିଂସା ମାମଲାରେ ୪୦ ଗିରଫ, ପରିସ୍ଥିତି ନିୟନ୍ତ୍ରଣ କରିବାକୁ କଡ଼ା ସୁରକ୍ଷା

କାନପୁର: କାନପୁର ହିଂସା ମାମଲାରେ ପୋଲିସ ୪୦ ଜଣଙ୍କୁ ଗିରଫ କରିଛି । ଏହି ହିଂସାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ଯେଉଁଥିରେ ଲୋକମାନେ ପଥରମାଡ଼ କରୁଥିବା  ଦେଖାଯାଇଛି । ମୁସଲମାନ ସମ୍ପ୍ରଦାୟର କେତେଜଣ ଲୋକେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ନୁପୁର ଶର୍ମାଙ୍କୁ ବିରୋଧ କରି ଦୋକାନ ବନ୍ଦ କରିବାକୁ କହିଥିଲେ । ପରେ ଶୁକ୍ରୁବାର ନମାଜ ପାଠକୁ ନେଇ କିଛି ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ଏହିଥିରୁ ହିଁ ବିବାଦ ମୁଣ୍ଡ ଟେକିଥିଲା । ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତାରେ ଜମା ହୋଇ ପରଷ୍ପରକୁ ପଥରମାଡ଼ କରିଥିଲେ ଯାହା ହିଂସାର ରୂପ ନେଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହିଂସାଗ୍ରସ୍ତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାନପୁର ସ୍ଥିତିକୁ ନେଇ ପୋଲିସ କମିଶନର ବିଜୟ ସିଂ ମିଣା କହିଛନ୍ତି ଏବେ ସ୍ଥିତି ସାମାନ୍ୟ ରହିଛି । ଏହାସହ ଏବେ ପର୍ଯ୍ୟନ୍ତ  ୩ଟି ଏଫଆଇଆର ଦିଆଯିବା ସହ ୪୦ ଜଣଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com