କ୍ରୀଡ଼ା

ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ -ନ୍ୟୁଜିଲାଣ୍ଡ

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏଣ୍ଟ୍ରି କଲା ନ୍ୟୁଜିଲାଣ୍ଡ । ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ରନରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ । ଏଥିସହ ଆସନ୍ତା ମାର୍ଚ୍ଚ ୯ ରବିବାର ଦିନ ଭାରତ ସହ ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ ।

ପାକିସ୍ତାନର ଲାହୋର ସ୍ଥିତ ଗଦ୍ଦାଫି ଷ୍ଟାଡିୟମରେ ଗତକାଲି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ୍ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୬୨ ରନର ଏକ ବିଶାଳ ସ୍କୋର କରିଥିଲା ଟିମ୍ । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ଓ କେନ ଓ୍ବିଲିୟମସନ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ୩୬୩ ବିଶାଳ ରନକୁ ଲକ୍ଷ୍ୟ କରି ଦକ୍ଷିଣ ଆଫ୍ରିକା ଟିମ ୯ ଓ୍ବିକେଟ ହରାଇ ୩୧୨ ରନରେ ଅଟକି ଯାଇଥିଲା । ତେବେ ସାଉଥ ଆଫ୍ରିକାରୁ ଡେଭିଡ ମିଲର ଶତକ ହାସଲ କରିଥିବା କରିଥିବା ବେଳେ ରାସି ଡସେନ ୬୯ ରନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com