Breaking NewsFeaturedଓଡ଼ିଶାରାଜନୀତି

ନବ ଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟ୍ ରଦ୍ଦି କାଗଜ: ସୁରେଶ ପୂଜାରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟ୍ ହେଉଛି ରଦ୍ଦି କାଗଜ। ଏମିତି କହିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ଝାରସୁଗୁଡ଼ାର ତଳ କୋର୍ଟରେ ହାଜର କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ୫୦୦ ପୃଷ୍ଠାର ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ସେହିପରି ଏହି ହତ୍ୟାକାଣ୍ଡ ଘଟଣାରେ ୧୦୦ ଜଣ ସାକ୍ଷୀ ରହିଥିବାବେଳେ ୯୦ ଟି ଡକୁମେଣ୍ଟ ଚାର୍ଜସିଟରେ ଦାଖଲ ହୋଇଛି । ଗୋପାଳ ଦାସଙ୍କୁ ପାଗଳ ସଜାଇବା ପାଇଁ କ୍ରାଇମ ବ୍ରାଞ୍ଚ ୧୨୦ ଦିନ ସମୟ ନେଇଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁରେଶ ପୂଜାରୀ।

ସୁରେଶ କହିଛନ୍ତି ଏପର୍ଯ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ । ଯାହାଫଳରେ ନବଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି । ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲେ ତାହାର ସବିଶେଷ ତଥ୍ୟ ନାହିଁ । ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ କାହିଁକି ସଂଗ୍ରହ କରାଗଲାନି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ । ଖାଲି ସେତିକି ନୁହେଁ ନବଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ, ଏହା ଏକ ରଦ୍ଦି କାଗଜ ବୋଲି ସୁରେଶ କହିଛନ୍ତି । ଗୋପାଳକୁ ପାଗଳ କୁହାଯାଇଥିଲା, ତାହେଲେ ବନ୍ଧୁକ କାହିଁକି ଇସ୍ୟୁ ହେଲା ? ୧୮ ରାଉଣ୍ଡ ଗୁଳି ଆସିଲା କିପରି ? ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା? ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡ଼େ? ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ… ଏଭଳି ଅନେକ ପ୍ରସଙ୍ଗ ଉଠାଇଛନ୍ତି ଶ୍ରୀ ପୂଜାରୀ।

ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ ଯେଉଁ ଗୁଳି ନବ ଦାସଙ୍କ ଦେହରେ ବାଜିଥିଲା ତାକୁ ଏପର୍ଯ୍ୟନ୍ତ ଖୋଜି ପାଇନି ପୁଲିସ । ଗାଡ଼ିକୁ ତୁରନ୍ତ ଜବତ କରିଥିଲେ ଗୁଳି କୁଆଡ଼େ ଗଲା ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ । ନବ ଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି । ଥରେ ଟ୍ରାଫିକରେ ନବ ଦାସଙ୍କ ଗାଡି ଅଟକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନଶୁଣିବା ଓ ନବ ଦାସଙ୍କ ସମର୍ଥକଙ୍କ ସହ ଝଗଡା ହୋଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com