ଓଡ଼ିଶାରାଜନୀତି

ବ୍ରହ୍ମପୁରରେ ସିପିଆଇର ୨୩ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ

ବ୍ରହ୍ମପୁର ଅଫିସ ;  ୦୪/୦୯ ସ୍ୱାଧୀନତା ଆନ୍ଧୋଳନର ପୃଷ୍ଠଭୂମୀ ଓ କୃଷକ ଏବଂ ଛାତ୍ର ଆନ୍ଦୋଳନର ଅଗ୍ନିଗର୍ଭରୁ ସୃଷ୍ଟି ଗଞ୍ଜାମ ଜିଲ୍ଲା ସିପିଆଇ ସ୍ଵାଧୀନତା ପରବର୍ତ୍ତୀ ସମୟରୁ ଅଦ୍ୟାବଧି ଜିଲ୍ଲାର ପ୍ରମୁଖ ଦଳ ଭାବେ ସାମଗ୍ରିକ ବିକାଶ ପାଇଁ ଦଳୀୟ ଅବଦାନ ଦେଇ ଆସିଛି । ଗଞ୍ଜାମରେ ପୁଣି ଦଳକୁ ସଶକ୍ତକରି ସ୍ଥାନୀୟ ସମସ୍ୟାକୁ ଚିହ୍ନଟ କରି ଗଣ ଆନ୍ଧୋଳନ ଭିତରୁ ପାର୍ଟିକୁ ଶକ୍ତିଶାଳୀ କରିବାସହ ଜିଲ୍ଲାରେ ଦଳର ପ୍ରାଧାନ୍ୟ ବଜାୟ ରଖିବାକୁ ବ୍ରହ୍ମପୁର ଠାରେ ଅନୁଷ୍ଠିତ ସିପିଆଇର ୨୩ତମ ଜିଲ୍ଲା ସମ୍ମିଳନୀରେ ଆହ୍ବାନ ଦିଆଯାଇଛି । ଶିଳ୍ପ ଶୂନ୍ୟ ଜିଲ୍ଲା ଗଞ୍ଜାମରେ କୁଶଳୀ ଯୁବଗୋଷ୍ଠ ପ୍ରବାସୀ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ତେଣୁ ଆସିକା ଚିନିଶିଳ୍ପର ସମ୍ପ୍ରସାରଣ ଆସିକା ସୂତାକଳକୁ ଖୋଲିବା , ଟାଟା ଅଧିଗୃହୀତ ଜମିରେ ଶିଳ୍ପ ପ୍ରତିଷ୍ଠା, ଜିଲ୍ଲାରେ ଶୀତଳ ଭଣ୍ଡାର ଓ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା , ବୟନ ଶିଳ୍ପର ପୁନଃରୁଦ୍ଧାର ପାଇଁ ଏହି ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ସହ ଆନ୍ଧୋଳନ ପାଇଁ ଡ଼ାକରା ଦିଆଯାଇଛି । ବ୍ରହ୍ମପୁର ସ୍ଥିତ ପ୍ରକାଶମ ହଲ ପରିସର ଦୂତିକୃଷ୍ଣ ପଣ୍ଡା ନଗର ଓ ସାଥୀ ବୃନ୍ଦାବନ ପଲାଇ ମଣ୍ଡପ ପରିସରରେ ଅନୁଷ୍ଠିତ ସିପିଆଇ ଜିଲ୍ଲା ସମ୍ମିଳନୀରେ ଦଳର ନେତୃତ୍ୱ ଓ ପ୍ରତିନିଧି ଏହା ପ୍ରକାଶ କରିଛନ୍ତି । ଦୁଇଦିନିଆ ଜିଲ୍ଲା ସମ୍ମିଳନୀକୁ ଗୋକୁଳଚନ୍ଦ୍ର ପଣ୍ଡା ପାର୍ଟି ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ସହିଦ୍ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ ସହ ସମ୍ମିଳନୀ କକ୍ଷରେ ସାଥୀ ରାଜୀବ ଲୋଚନ ପଣ୍ଡା , ଆର ବିଜୟଲକ୍ଷ୍ମୀ , ସୁଶାନ୍ତ ସ୍ବାଇଁ , ରଙ୍କନାଥ ସ୍ବାଇଁ , ରାଜେନ୍ଦ୍ର ଦାଶଙ୍କୁ ନେ଼ଇ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ସହ ସମ୍ପାଦକ ନୀଳକଣ୍ଠ ଦାଶ ଶୋକ ପ୍ରସ୍ତାବ ଆଗତ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାଥି ଶୋଭାଚନ୍ଦ୍ର ଷଡଙ୍ଗୀ ବିପ୍ଳବୀ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥିବା ବେଳେ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷା ତଥା ରାଜ୍ୟ ସମ୍ପାଦନା ମଣ୍ଡଳୀ ସଭ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ଭାଷଣ ପ୍ରଦାନ ସହ ସମ୍ମିଳନୀର ସଫଳତା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟଅତିଥି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଜାତୀୟ ରାଜ୍ୟ ସମସ୍ୟା ଉପସ୍ଥାପନ ସହ ଦେଶର କର୍ପୋରେଟ ଫାଷିବାଦୀ ସାମ୍ପ୍ରଦାୟିକ ଶକ୍ତିକୁ ଦମନ ସହ ଦେଶରକ୍ଷା ଓ କୃଷି କୃଷକଙ୍କ ସ୍ୱାର୍ଥ ସିଦ୍ଧି ପାଇଁ ସମସ୍ତ ବାମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଶକ୍ତି ମିଳିତ ସଂଗ୍ରାମ କରିବା ସମ୍ପର୍କରେ ଗୁରୁତ୍ଵ ଦେଇଥିଲେ । ଜିଲ୍ଳାର ବିଭିନ୍ନ ଜୋନରୁ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com