ଜାତୀୟଭାଇରାଲ୍ ଭିଡିଓମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ପାୟଲ-ସଂଗ୍ରାମ, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ପାୟଲ ରୋହତଗି ଏବଂ ସଂଗ୍ରାମ ସିଂ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଦୁହିଁଙ୍କ ଏହି ସ୍ପେଶାଲ୍‌ ଦିନ ପାଇଁ ଦୀର୍ଘ ସମୟ ଧରି ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋ ଗୁଡ଼ିକରେ ପାୟଲ କନ୍ୟା ବେଶରେ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ସଂଗ୍ରାମ ମଧ୍ୟ ବହୁତ ଚମତ୍କାର ଦେଖାଯାଉଥିଲେ।

ପାୟଲ ରୋହତଗି ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକ ଏବଂ ସେଲିବ୍ରେଟମାନେ ବହୁତ ପସନ୍ଦ କରିଛନ୍ତି। ପାୟଲ ଇନଷ୍ଟାଗ୍ରାମରେ ୯ଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିବାହର ବିଭିନ୍ନ ମୁହୂର୍ତ୍ତକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ପାୟଲ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପାୟଲ କେ ସଂଗ୍ରାମ।’

କହିବାକୁ ଗଲେ ଆଗ୍ରାସ୍ଥିତ ଜେପୀ ପ୍ୟାଲେସରେ ସଂଗୀତ, ମେହେନ୍ଦି ଏବଂ ହଲଦି ରୀତିନୀତି ଅନୁଷ୍ଠିତ ହୋଇଥିଲା, ଯାହା ପରେ ଏହି ଦମ୍ପତି ଆଗ୍ରାର ବହୁ ପୁରୁଣା ମନ୍ଦିରରେ ହାତଗଣ୍ଠି ପଡିଥିଲା କାହିଁକି ନା ଆଗ୍ରା ପ୍ରେମର ପ୍ରତୀକ ପାଇଁ ଜଣାଶୁଣା । ଏହା ପରେ ଦୁହେଁ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ଦେବେ।

Related Articles

Back to top button