ଜାତୀୟ

କାନାଡା ସ୍ବପ୍ନର ଦୁଃଖଦ ଅନ୍ତ : ଅଧା ବାଟରେ ବରଫ ସମାଧି ନେଲା ସଂପୂର୍ଣ୍ଣ ପରିବାର, ଭାରତରେ ୬ ଚୋରା ଚାଲାଣକାରୀ ଗିରଫ

ନୂଆଦିଲ୍ଲୀ : ଏକ ଉନ୍ନତ ଜୀବନ ଆଶାରେ ଗୁଜୁରାଟୀ ପରିବାର କାନାଡା ଯାଉଥିଲେ । କାନାଡା ଯିବାର ସ୍ବପ୍ନ ଏତେ ପ୍ରବଳ ଥିଲା ଯେ ବେଆଇନ ଉପାୟରେ ଯିବାକୁ ପଛାଇନଥିଲେ । କିନ୍ତୁ ବାଟରେ ବରଫ ସମାଧି ନେଇଗଲେ ସଂପୂର୍ଣ୍ଣ ପରିବାର । ପରିବାରରେ ଥିଲେ ବାପା ଓ ମାଙ୍କ ସମେତ ଦୁଇ ନିଷ୍ପାପ ଶିଶୁ ।

ଗତ ସପ୍ତାହରେ ଗୁଜୁରାଟର ଏହି ପରିବାର ଆମେରିକା ଦେଇ ବେଆଇନ ଭାବେ କାନାଡାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ତାଙ୍କୁ ସହାୟତା କରୁଥିଲେ ବେଆଇନ ମାନବ ଚାଲାଣକାରୀଙ୍କ ଅନ୍ତର୍ଜାତୀୟ ନେଟଓ୍ବାର୍କ । ସେମାନେ ଆମେରିକୀୟ ରାଜ୍ୟ ମିନିସୋଟା ଦେଇ କାନାଡାର ରାଜ୍ୟ ମାନିଟୋବାରେ ପ୍ରବେଶ କରିବାବେଳେ ହିଁ ଏକ ବରଫ ଝଡ଼ର ସମ୍ମୁଖୀନ ହୋଇଥିଲେ । ଫଳରେ ଏହି ପରିବାରଟି ଦଳର ଅନ୍ୟମାନଙ୍କଠାରୁ ଅଲଗା ହୋଇଯାଇଥିଲେ ଓ ନିଖୋଜ ହୋଇଯାଇଥିଲେ । ତାଙ୍କୁ ସୀମା ପାର କରାଉଥିବା ଲୋକମାନେ ବି ସେମାନଙ୍କ ସନ୍ଧାନ ନ କରି ଛାଡ଼ି ପଳାଇଥିଲେ । କିଛି ଦିନ ପୂର୍ବେ ଆମେରିକାରେ ଏକ ବେଆଇନ ମାନବ ଚୋରାଚାଲାଣକାରୀ ନେଟଓ୍ବର୍କ ଧରାପଡ଼ିବା ପରେ ଏହି ଘଟଣା ଜଣାପଡିଥିଲା । ଘଟଣାଟି ଏତେ ହୃଦୟ ବିଦାରକ ଥିଲା ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା ।

ଏହି ଘଟଣା ସହ ସଂପୃକ୍ତ ଜଣେ ଆମେରିକୀୟ ନାଗରିକକୁ ଆମେରିକା ପୁଲିସ ଗିରଫ କରିଛି । ଭାରତରେ ବି ଗୁଜୁରାଟ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନେ ଉକ୍ତ ଅନ୍ତର୍ଜାତୀୟ ମାନବ ଚଲାଣକାରୀ ନେଟଓ୍ବାର୍କର ସଦସ୍ୟ ବୋଲି ଗାନ୍ଧିନଗର ପୁଲିସ ପକ୍ଷରୁ ଏକେ ଝାଲା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com