ଜାତୀୟରାଜନୀତି

ଅସନ୍ତୁଷ୍ଟ ସିନ୍ଧେଙ୍କ ସହ ୪୦ ବିଧାୟକ ଗୌହାଟିରେ , ଏକନାଥ ଶିବସେନାରୁ ବିଦା

ଶିବସେନାର ଅସୁନ୍ତଷ୍ଟ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଚାଳିଶ ଜଣ ଅସନ୍ତୁଷ୍ଟ ବିଧାୟକ ସୁରଟ ଛାଡି ଏକ ସ୍ୱତନ୍ତ୍ର ବିମାନରେ ଆସାମର ଗୌହାଟିରେ ପହଞ୍ଚିଛନ୍ତି । ଶିବସେନାରେ ବିଦ୍ରୋହୀ ମହାରାଷ୍ଟ୍ରର ଉଦ୍ଧବ ଠାକ୍ରେ ସରକାରଙ୍କୁ ମହା ସଙ୍କଟରେ ପକାଇ ଦେଇଛି । ଏହା ଦ୍ୱାରା ଉଦ୍ଧବଙ୍କ ମହା ବିକାଶ ଅଘାଡି ସରକାର ବିପଦରେ ପଡିଛି । କୌଣସି ମୁହୁର୍ତ୍ତରେ ଉଦ୍ଧବ ସରକାର ପତନ ଘଟିବା ଆଶଙ୍କା ସୃଷ୍ଟି ହୋଇଛି । ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସଓ ଶିବସେନା ବିଧାୟକଙ୍କ କ୍ରସ ଭୋଟିଂ ନେଇ ଏକନାଥ ଅସୁନ୍ତୁଷ୍ଟ ହୋଇପଡିଥିଲେ । ଏହା ପରଠାରୁ ଏକନାଥ ଏକ ରକମ ଅଞାତ ବାସରେ ଥିଲେ । ଶିବସେନାର ନେତା ମାନେ ଚେଷ୍ଠା କରିବି ତାଙ୍କୁ ଯୋଗାଯୋଗ କରିପାରିନଥିଲେ । ବୁଧବାର ସକାଳୁ ଏକନାଥ ସବୁ ଅସନ୍ତୁଷ୍ଟ ବିଧାୟଙ୍କୁ ସାଙ୍ଗରେ ଥରି ଗୌହାଟି ପହଂଚିବା ପରେ ରାଜନୈତିକ ଉଷ୍‌ତା ବୃଦ୍ଧି ପାଇଛି । ଏକନାଥଙ୍କ ସହ ୩୩ ଜଣ ଅସନ୍ତଷ୍ଟ ଶିବସେନା ବିଥାୟକ ଏବଂ ୭ ଜଣ ସ୍ୱାଧୀନ ବିଧାୟକ ଥିବା କୁହାଯାଉଛି । ଏକନାଥ ଇତି ମଧ୍ୟରେ ଉଦ୍ଧବଙ୍କୁ ପ୍ରସ୍ତାବ ଦେଇ ସେ ମହାବିକାଶ ଅଗାଡି ସରକାରରୁ ଓହରି ଆସିବାକୁ କହିଛନ୍ତି । ସେହିଭଳି ବିଜେପି ସହ ମିଶି ନୂଆ ସରକାର କରିବାକୁ ସିନ୍ଧେ ପ୍ରସ୍ତାବ ଦେଇଥିବା ନେଇ ଆଲୋଚନା ହେଉଛି । ଏହି ରାଜନୈତିକ ହଟଚମଟ ମଧ୍ୟରେ ହଜାର ହଜାର ଶିବ ସୈନିକ ମିମ୍ବାଇ ସେନା କାର୍ଯୟା ଳୟ ସମୁଖରେ ଉପସ୍ତିତ ହୋଇଛନ୍ତି । ଉଦ୍ଧବଙ୍କ ଶିବ ସୈନିକ ମାନେ ଉଦ୍ଧବଙ୍କ ମାନସିକ ବଳ ବୃଦ୍ଧି ନେଇ ନାରାବାଜି ଚଳାଇଛନ୍ତି । ସେପଟେ ସିନ୍ଧେଙ୍କୁ ଦଳରୁ ବହିଷ୍କାର କରାଯାଇଛୀ । ପରସ୍ଥିତିର ମୁକାବିଲା ନେଇ ଉଦ୍ଧବ ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକ ଡଳାଇଛନ୍ତି । ସେହିଭଳି ମହାବିକାଶ ଅଘାଡିର ଅନ୍ୟତମ ସହେଯାଗୀ କଂଗ୍ରେସ ,ସରକାର ପ୍ରତି କୌଣସି ବିପତ୍ତି ନଥିବା କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com