Breaking Newsଓଡ଼ିଶାଜାତୀୟ

ସଙ୍କଟରେ ଗୟଳ: ଗୋଟିଏ ପରେ ଗୋଟିଏ ଟଳି ପଡୁଛନ୍ତି ଏହି ବିରଳ ପ୍ରାଣୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବନଖଣ୍ଡ ଅନର୍ଗତ ବଜ୍ରକୋଟ ରିଜର୍ଭ ଜଙ୍ଗଲର ଶୋଭା ବଢ଼ାଉଛନ୍ତି ଗୟଳ । ବିଭିନ୍ନ ସମୟରେ ଏକତ୍ର ହେଉଥିବାର ଦୃଶ୍ୟ ପ୍ରାଣୀ ପ୍ରେମୀଙ୍କୁ ଖୁବ୍ ଆମୋଦିତ କରିଥାଏ । ମାତ୍ର ଏବେ ଏହି ବିରଳ ଗୟଳଙ୍କ ଜୀବନ ସଙ୍କଟରେ ପଡ଼ିଯାଇଛି । ବର୍ଷର ଅନ୍ୟ ସମୟ ଅପେକ୍ଷା ଏମାନେ କିନ୍ତୁ ଗ୍ରୀଷ୍ମ ଋତୁରେ ବେଶୀ ଅସୁବିଧାରେ ପଡ଼ନ୍ତି । କାରଣ ଜଳାଭାବ ଯୋଗୁଁ ସେମାନେ ଜଙ୍ଗଲ ଭିତରୁ ବାହାରି ଗ୍ରାମ୍ୟ ଜଙ୍ଗଲ ନିକଟ ଖଳିମଣିଆ ବନ୍ଧକୁ ପାଣି ପିଇବାକୁ ଆସିଥାନ୍ତି । ଆଉ ଏହାର ସୁଯୋଗ ନେଉଛନ୍ତି ଶିକାରୀ ।

ଗତବର୍ଷ ଏହି କାରଣରୁ ଏକ ଗୟଳକୁ ଗୁଳି କରିବାକୁ ସକ୍ଷମ ହୋଇଥିଲେ ଶିକାରୀ । ତେବେ ଏବର୍ଷ ମଧ୍ୟ ଅସୁରକୁମାରୀ ଜଙ୍ଗଲରୁ ଏକ ଗୟଳର ଗଳିତ ମୃତଦେହ ଠାବ କରାଯାଇଛି । ଗୟଳଟି ୭/୮ ଦିନପୂର୍ବରୁ ମରିଥିବା ଅନୁମାନ କରାଯାଉଛି । ତାର ମାଂସ ପଚିଯାଇଥିବା ବେଳେ ଆଗ ଏବଂ ପଛ ଗୋଡର ହାଡ ବାହାରି ପଡିଛି । ତେବେ କେଉଁ କାରଣରୁ ଏହାର ମୃତ୍ୟୁ ତାହା ଜଣା ପଡି ନଥିଲାବେଳେ ଗୟଳ ମରିଥିବା କଥା ସ୍ୱୀକାର କରିଛନ୍ତି ରେଞ୍ଜର ଶରତ ଚନ୍ଦ୍ର ଶତପଥୀ । ସେହିପରି କିଛି ଦିନ ତଳେ ଏହି ଜଙ୍ଗଲରୁ ଏକ ବାଘ ଛୁଆର ଶୁଖିଲା ଚମଡା ଏବଂ ହାଡ ମିଳିଥିଲା । ସେପଟେ ବନ୍ୟପାଣୀଙ୍କ ସୁରକ୍ଷା ପାଇଁ ରଣପୁର ବନ ବିଭାଗ ଆଖି ଦୃଶିଆ ପଦକ୍ଷେପ ନେଉନାହାନ୍ତି । ତେବେ ଏଭଳି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ପ୍ରେମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com