Featuredଜାତୀୟ

ମେଡିକାଲ ଇନସ୍ୟୁରାନ୍ସ କ୍ଲେମ୍ ପାଇଁ ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବା ହେବା ଜରୁରୀ ନୁହେଁ

ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ପାଇଁ କୌଣସି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ବା ୨୪ ଘଣ୍ଟା ପାଇଁ ଭର୍ତ୍ତି ହେବା ଜରୁରୀ ନୁହେଁ । ଏଥିପାଇଁ ମେଡିକାଲ ଇନସ୍ୟୁରାନ୍ସ କମ୍ପାନୀକୁ ଆବଶ୍ୟକ ଦେୟ ପ୍ରଦାନ କରିବାକୁ ପଡ଼ିବ । ଉପଭୋକ୍ତା ଫୋରମ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ବଦୋଦରା ଗ୍ରାହକ ଫୋରମ ସ୍ୱାସ୍ଥ୍ୟ ବୀମା ସହ ଜଡ଼ିତ ଏକ ମାମଲାରେ ଏହି ବଡ଼ ରାୟ ଶୁଣାଇଛନ୍ତି । ଗତ ୨୦୧୬ରେ ରମେଶ ଚନ୍ଦ୍ର ଯୋଶୀ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଡର୍ମେଟୋମାୟୋସାଇଟିସର ଚିକିତ୍ସା ପାଇଁ ଅହମ୍ମଦାବାଦର ଲାଇଫ କେୟାର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରିଥିଲେ । ମାତ୍ର ଗୋଟିଏ ଦିନରେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ଏହପରେ ସେ ସ୍ୱାସ୍ଥ୍ୟ ବୀମା ପାଇଁ କମ୍ପାନୀକୁ କ୍ଲେମ ମାଗିଥିଲେ, ମାତ୍ର କମ୍ପାନୀ କ୍ଲଜ ୩.୧୫କୁ ଦର୍ଶାଇ ଜୋଶୀଙ୍କ ଆବେଦନକକୁ ଖାରଜ କରିଦେଇଥିଲା ।

ଏହାପରେ ୨୦୧୭ରେ ଜୋଶୀ ବଦୋଦରା ଗ୍ରାହକ ଫୋରମରେ ଜାତୀୟ ବୀମା କମ୍ପାନୀ ବିରୋଧରେ ଅଭିଯୋଗ ଦାୟର କରିଥିଲେ । ମାତ୍ର ଜୋଶୀଙ୍କ ଦାବିକୁ କମ୍ପାନୀ ଖାରଜ କରିଦେଇଥିଲା । ଏହାପରେ କମ୍ପାନୀ ବିରୋଧରେ ଜୋଶୀ ଅଭିଯୋଗ କରିବା ସହ ସମସ୍ତ କାଗଜପତ୍ର ଉପସ୍ଥାପନ କରିଥିଲେ । ତେବେ ୨୪ ଘଣ୍ଟାରୁ କମ୍ ସମୟ ପାଇଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ସେ ସ୍ୱାସ୍ଥ୍ୟ ବୀମା ପାଇବାକୁ ହକଦାର ବୋଲି ଫୋରମ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com