Featuredଜାତୀୟ

୨୪ ଘଂଟା ମଧ୍ୟରେ ଗୁଜରାଟରେ ୨ଥର ଭୂକମ୍ପ

ଗୁଜରାଟରେ ୨୪ଘଣ୍ଟା ମଧ୍ୟରେ ୨ଥର ଭୂକମ୍ପ ଅନୁଭୂତ ହୋଇଛି । ଗତ ରାତିରେ ଗୁଜରାଟର ସୁରଟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ଏବେ କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୭ ରହିଛି ।

ଭୂକମ୍ପ ବିଜ୍ଞାନ ଅନୁସଂସ୍ଥାନ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି କି କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୮ମାଗ୍ସିଚ୍ୟୁଡ ରହିଛି । ଏହାର କେନ୍ଦ୍ର ମାଟିତଳେ ୫.୨ କିଲୋମିଟର ଗଭୀର ବୋଲି କୁହାଯାଇଛି । ଏହାର କେନ୍ଦ୍ରସ୍ଥଳ ଆରବସାଗର ଥିଲା । ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇ ନଥିବା ସୂଚନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com