ଜାତୀୟ

କହ୍ନେୟାଲାଲ ହତ୍ୟା ମାମଲାରେ ନୂଆ ତଥ୍ୟ, ଗୋଟିଏ ଦିନରେ ୩ ଜଣଙ୍କୁ ହତ୍ୟା ପାଇଁ ହୋଇଥିଲା ଯୋଜନା

କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟଣାରେ ଅନେକ ରୋଚକ କଥା ବର୍ତ୍ତମାନ ବାହାରକୁ ଆସୁଛି । ଯେଉଁଦିନ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିଲା ସେହିଦିନ ତାଲିବାନୀ ଷ୍ଟାଇଲରେ ଆଉ ଦୁଇ ଜଣଙ୍କୁ ମଧ୍ୟ ହତ୍ୟାକରିବା ପାଇଁ ଯୋଜନା ହୋଇଥିଲା । ତେବେ ସେହି ଦୁଇଜଣଙ୍କର ସନ୍ଧାନ ଆଉ ସ୍ଥାନ ଠିକ୍ ନଥିବାରୁ ତାଙ୍କୁ ହତ୍ୟା କରାଯାଇପାରିନଥିଲା । ଅନ୍ୟ ୪ ଜଣଙ୍କୁ ଏହି ଦୁଇ ଜଣଙ୍କ ହତ୍ୟା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଗୋଟିଏ ଦିନରେ ତିନି ଜଣ ଲୋକଙ୍କୁ ତାଲିବାନୀ ତରିକାରେ ଗଳାକାଟି ହତ୍ୟା ପାଇଁ ଯୋଜନା ହୋଇଥିଲା । ଅନ୍ୟ ଦୁଇ ଜଣ ସେହିସ୍ଥାନରେ ନଥିବାରୁ ଯୋଜନା ସଫଳ ହୋଇପାରିନଥିଲା । ନୂପୁର ଶର୍ମାଙ୍କୁ ନେଇ ସୋସିଆଲ ମିଡିଆରେ ଟିପ୍ପଣୀ କରିବା ପରେ ଏହି ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । ୧୭ ଜୁନରେ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ ପାଇଁ ବୈଠକ ହୋଇଥିଲା । ଜୁନ ୨୦ରେ ଉଦୟପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୂପୁରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନ ପରେ ରିଆଜ ଅତ୍ତାରି ଏବଂ ଗେସ ମହମ୍ମଦଙ୍କ ସହ ମିଶି ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । କେଉଁଭଳି ହତ୍ୟା କରାଯିବ ସେନେଇ ପୂରା ଖସଡା ପ୍ରସ୍ତୁତ ହେବା ପରେ ଜୁନ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com