ଜାତୀୟରାଜନୀତି

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପାଟନା() ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି ଅସୁସ୍ଥ। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏହାପରେ ତାଙ୍କୁ ତରନ୍ତୁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଏମ୍‌ଆର୍‌ଆଇ ଯାଞ୍ଚରୁ ମାଇଲ୍ଡ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ଆଶଙ୍କା କରାଯାଉଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

ହାମର ମୁଖପାତ୍ର ଦାନିଶ ରିଜୱାନ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି, ଏବେ ଚିନ୍ତା କରିବାର କୌଣସି କଥା ନାହିଁ। ସେ ମାଇଲ୍ଡ ବ୍ରେନ୍‌ ଷ୍ଟ୍ରୋକ୍‌ ଖବରକୁ ଖାରଜ କରିଛନ୍ତି। ସେ କହିଛନ୍ତି ‘ଜିତନ ରାମ ମାଞ୍ଝିଙ୍କ ସୁଗାର ଲେବୁଲ ହ୍ରାସ ପାଇଛି, ଯେଉଁଥିପାଇଁ ସେ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ମାଞ୍ଝି ହୋସ୍‌ରେ ଅଛନ୍ତି ଏବଂ ସେ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ତେବେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି।’

Related Articles

Back to top button
WP Twitter Auto Publish Powered By : XYZScripts.com