Featuredଜାତୀୟରାଜନୀତି

୧୦ ମାସ ପରେ ଜେଲରୁ ମୁକୁଳିବେ ସିଦ୍ଧୁ, ରୋଡ ରେଜ୍ ମାମଲାରେ ପାଇଥିଲେ ଦଣ୍ଡ

ଦୀର୍ଘ ୧୦ମାସ ପରେ କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ ଆସନ୍ତାକାଲି ଜେଲରୁ ମୁକୁଳିବାକୁ ଯାଉଛନ୍ତି । ଏନେଇ ସିଦ୍ଧୁଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଗତବର୍ଷ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧୯୮୮ର ରୋଡ ରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ସିଦ୍ଧୁ ଗତ ୧୦ମାସ ହେବ ଜେଲରେ ରହିଛନ୍ତି ।

ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।

ହେଲେ ମୃତକଙ୍କ ପରିବାର ଲୋକେ ୨୦୧୮ ମସିହାରେ ସୁପ୍ରିମକୋର୍ଟର ଏହି ରାୟ ଉପରେ ପୁଣିଥରେ ବିଚାର କରିବାକୁ ଆବେଦନ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com