Featuredବାଣିଜ୍ୟ

ଏ ହେଉଛି ଦୁନିଆର ହାଇସ୍ପିଡ଼ ଇଲେକ୍ଟ୍ରିକ କାର୍ , ଘଣ୍ଟାପ୍ରତି ବେଗ ୪୨୦ କି.ମି

ଭୁବନେଶ୍ୱର: ବଜାରରେ ପ୍ରତିଦିନ ଇଲେକ୍ଟ୍ରିକ ଗାଡିର ଚାହିଦା ବଢ଼ିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ମାର୍କେଟକୁ ନୂଆ ନୂଆ ଗାଡି ଲଞ୍ଚ କରୁଛନ୍ତି । ଦୁନିଆରେ ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ତିଆରି ହୋଇଛି ଯାହାକି ଏକ ସାଧାରଣ ବିମାନର ଗତିକୁ ମଧ୍ୟ ପରାସ୍ତ କରିପାରିବ । ଏହି କାର ଟି ୪୧୨ କିଲୋମିଟର ବେଗରେ ଚାଲିଥାଏ। ଏହି କାରର ନାମ ହେଉଛି ‘ରିମେକ୍ ନେଭେରା’ (Rimac Nevera) । ଏହା ଦୁନିଆର ଦ୍ରୁତତମ ଇଲେକ୍ଟ୍ରିକ୍ କାର୍ ପାଇଁ ରେକର୍ଡ ସୃଷ୍ଟି କରିଛି।

କମ୍ପାନୀ ଦାବି କରିଛି ଯେ ଏହି କାର ଟି ଗୋଟିଏ ଚାର୍ଜରେ ପ୍ରାୟ ୪୮୨ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି କାରରେ ବ୍ୟାଟେରୀର କାର୍ଯ୍ୟଦକ୍ଷତା ଦେଖାଇବା ପାଇଁ ଭିତର ଓ ବାହାରେ ସ୍ୱତନ୍ତ୍ର ଲାଇଟ୍ ଲଗାଯାଇଛି । ଏହି କାରକୁ ୩୫୦ କିଲୋୱାଟ ଚାର୍ଜର ସହିତ ୨୫ ମିନିଟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯିବ।

ରିମେକ୍ ନେଭେରା କାରରେ ୧,୯୧୪ ହର୍ଷ ପାୱାର ମୋଟର ଦିଆଯାଇଅଛି । ଏହି ମୋଟରକୁ କମ୍ପାନୀର ଇଞ୍ଜିନିୟରମାନେ ପ୍ରସ୍ତୁତ କରିଛନ୍ତି। ଏହି ମୋଟର ଯୋଗୁଁ କାରଟି ମାତ୍ର ୧.୮୫ ସେକେଣ୍ଡରେ ୦ ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ତ୍ୱରାନ୍ୱିତ ହୋଇପାରେ । କାରଟି ୪.୩ ସେକେଣ୍ଡରେ ୧୦୦ କିଲୋମିଟର ବେଗ ଧରିଥାଏ।

ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏହି କାରଟି ବହୁତ ଷ୍ଟାଇଲିସ୍ ଦେଖାଯାଏ । କିନ୍ତୁ ଗ୍ରାହକଙ୍କୁ ଏହି ହାଇସ୍ପିଡ଼ କାର ବିକ୍ରୟ କରିବାକୁ କମ୍ପାନୀ ମନା କରିଦେଇଛି। କେବଳ ୩୫୨ କିଲୋମିଟର ବେଗରେ ଥିବା ଏକ କାର ଗ୍ରାହକଙ୍କୁ ବିକ୍ରି କରାଯିବ ।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହି କାରର ମୂଲ୍ୟ ୨.୧ ମିଲିୟନ ଡ଼ଲାର, ଯାହାକି ପ୍ରାୟ ୧୭ କୋଟି ଟଙ୍କା ।କମ୍ପାନୀ ବର୍ତ୍ତମାନ କେବଳ ୧୫୦ କାର ତିଆରି କରୁଛି । ଭାରତରକୁ ଏହି କାର କେବେ ଆସିବ ସେନେଇ କୌଣସି ରିପୋର୍ଟ ନାହିଁ।

 

Related Articles

Back to top button
WP Twitter Auto Publish Powered By : XYZScripts.com