ବାଣିଜ୍ୟ

BMCର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ ଆରମ୍ଭ

ଭୁବନେଶ୍ୱର, ୨୮/୧୨/୨୦୨୨-   BMCର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏଥିରେ BMC କମିଶନର ବିଜୟ ଅମୃତା କୁଲାଙ୍ଗେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ପୋରେଟର ଉପସ୍ଥିତ ରହିଛନ୍ତି । ଭୁବନେଶ୍ୱରରେ ବିଶ୍ୱକପ ହକିର ଆୟୋଜନ, ସହରର ସୌନ୍ଦର୍ଯ୍ୟକରଣ ଓ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବାକୁ ଥିବାବେଳେ ୨୦୨୩ ବର୍ଷ ପାଇଁ ବଜେଟ ପ୍ରସ୍ତାବ ଆଗତ ନେଇ ଆଲୋଚନା ହୋଇପାରେ । ୨୦୨୨ର ଏହା ଶେଷ କର୍ପୋରେସନ ବୈଠକ । ଭୁବନେଶ୍ୱର ବାହାରେ ଥିବାରୁ ୩ ବିଧାୟକ ଏହି ବୈଠକରେ ଯୋଗ ଦେଇନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com