ବାଣିଜ୍ୟ

MSPକୁ ନିଶ୍ଚିତ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର, ୦୭/୦୨/୨୦୨୩ –   କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ MSPକୁ କେନ୍ଦ୍ର ନିଶ୍ଚିତ କରିବାକୁ ବିଜେଡି ଦାବି କରିଛି । କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା କାଟ୍ କରିଛନ୍ତି। ଫଳରେ ଚାଷୀ ସେମାନଙ୍କ MSP ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ କମିବ। ଏହା ଓଡିଶାର ଚାଷୀଙ୍କୁ ବିଶେଷ କରି ପଶ୍ଚିମ ଓଡିଶାର ଚାଷୀଙ୍କୁ ପ୍ରଭାବିତ କରିବ ।

FCI ଦ୍ୱାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଯାଉଥିବା ବେଳେ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ  ମାତ୍ର ୪ଲକ୍ଷ ଟନ୍ କରିଛି । କେବଳ ଓଡ଼ିଶାର ବରଗଡ ଜିଲ୍ଲା ୪ ଲକ୍ଷ ଟନ୍ ଚାଉଳ ଉତ୍ପାଦନ କରେ, ବାକି ୨୯ଟି ଜିଲ୍ଲାର ଅବସ୍ଥା କଣ ହେବ ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com