ବାଣିଜ୍ୟ

ଖଣି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ

ଭୁବନେଶ୍ୱର, ୨୧/୦୧/୨୦୨୩ –   ଖଣି କ୍ଷେତ୍ରରେ ପରିଚାଳନା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ । ଖଣି ଓ ଖଣିଜ କ୍ଷେତ୍ରରେ ଓଡିଶା ହେଉଛି ସଂଘୀୟ ବ୍ୟବସ୍ଥାର ଏକ ସର୍ବଶ୍ରେଷ୍ଠ ଉଦାହରଣ । ଦେଶର ୭୫ ପ୍ରତିଶତ ବକ୍ସାଇଟ, ୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ହିଁ ଉତ୍ପାଦନ ହେଉଛି । ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ଆସୁଛି । ବେଙ୍ଗଲ ଚାମ୍ବର ଅଫ୍‌ କର୍ମସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି  ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ବେଙ୍ଗଲ ମିନେରାଲ, ମାଇନିଂ ଏବଂ ମେଟାଲ କନ୍‌କ୍ଲେଭ୍‌ରେ ଯୋଗଦେଇ ଏପରି କହିଛନ୍ତି କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ ।

୭-୮ ବର୍ଷ ପୂର୍ବେ ଓଡ଼ିଶା ଖଣି କ୍ଷେତ୍ରରୁ ୫ ହଜାର କୋଟି ଟଙ୍କାର ରାଜସ୍ୱ ପାଉଥିବାବେଳେ ଗତ ବର୍ଷ ଏହା ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ମାତ୍ର ୮ ବର୍ଷ ମଧ୍ୟରେ ରାଜ୍ୟର ଖଣି ରାଜସ୍ୱ ୧୦ ଗୁଣ ବୃଦ୍ଧି ଘଟିଛି ।ଦେଶରେ ଆଗାମୀ ଦିନରେ ୫୦୦ ଖଣିଜ ବ୍ଲକର ନିଲାମ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ସେଥିମଧ୍ୟରୁ ଚଳିତବର୍ଷ ୨୦୦ଟି ଖଣିଜ ବ୍ଲକର ନିଲାମ ହେବାକୁ ଥିବାବେଳେ ଆସନ୍ତା ବର୍ଷ ୨୦୦ଟି ଖଣିକୁ ନିଲାମ ପାଇଁ ରଖାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com