Breaking NewsFeaturedଅନ୍ତର୍ଜାତୀୟଜାତୀୟବାଣିଜ୍ୟ

ଫୋବସ ରିପୋର୍ଟ ତାଲିକାରେ ଭାରତର ଧନୀ ମହିଳା, ଜାଣନ୍ତୁ ସେ କିଏ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାରତର ସବୁଠୁ ଧନୀ ମହିଳା ଏବେ ଚର୍ଚ୍ଚାରେ । ଅରବପତି ତାଲିକାରେ ସାମିଲ ହୋଇଛନ୍ତି ରୋହିକା ମିସ୍ତ୍ରୀ । ସେ ଭାରତୀୟ ମୁଦ୍ରାରେ ୫୬ ହଜାର କୋଟି ଟଙ୍କାର ମାଲିକାଣୀ । ଚଳିତ ବର୍ଷ ଫୋବସ ରିପୋର୍ଟ ତାଲିକାରେ ରୋହିକା ମିସ୍ତ୍ରୀଙ୍କ ନାଁ ସ୍ଥାନ ପାଇଛି । ଯାହା ତାଙ୍କୁ ଭାରତର ଦ୍ୱିତୀୟ ଧନୀ ମହିଳା କରିପାରିଛି । ତେବେ କିଏ ରୋହିକା ମିସ୍ତ୍ରୀ ଆସନ୍ତୁ ତାଙ୍କ ବିଷୟରେ ଜାଣିବା ।

ରୋହିକା ମିସ୍ତ୍ରୀ ହେଉଛନ୍ତି ସ୍ୱର୍ଗତ ସାଇରସ ମିସ୍ତ୍ରୀଙ୍କ ପତ୍ନୀ । ସାଇରସ୍ ସେପ୍ଟେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ରୋହିକା ଏବଂ ସାଇରସ ୧୯୯୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ ପାଖାପାଖି ୩୦ ବର୍ଷରୁ ଅଧିକ ବୈବାହିକ ଜୀବନ ଅତିବାହିତ କରିଥିଲେ । ସେମାନଙ୍କର ଦୁଇ ପୁଅ ଅଛନ୍ତି ଯାହାଙ୍କ ନାଁ ଜାହାନ ମିସ୍ତ୍ରୀ ଏବଂ ଫିରୋଜ ମିସ୍ତ୍ରୀ । ରୋହିକା ଆଇନଜୀବୀ ପରିବାରରୁ ଆସିଛନ୍ତି । ତାଙ୍କର ଭାଇ ରିୟାଜ ଚାଗଲା ୨୦୧୭ରେ ବମ୍ବେ ହାଇକୋର୍ଟରେ ବିଚାରପତି ହୋଇଥିଲେ । ସେହିପରି ତାଙ୍କ ଜେଜେ ବାପା ଏମସି ଚାଗଲା ବମ୍ବେ ହାଇକୋର୍ଟରେ ପ୍ରଧାନ ବିଚାରପତି ରହିବା ସହ କଂଗ୍ରେସ ଅମଳରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ ।

ରୋହିକା ଶାପୁରଜୀ ପାଲୋଞ୍ଜୀ ଗ୍ରୁପର ମାଲିକାଣୀ ଅଛନ୍ତି । ଆଉ ଏହି ଗ୍ରୁପ ଟାଟା ସନ୍ସର ଏକ ବଡ ଅଂଶ ଥିଲା । ରତନ ଟାଟା ହେଉଛନ୍ତି ଟାଟା ସନ୍ସର ଚେୟାରପର୍ସନ । ପୂର୍ବରୁ ଶାପରଜୀ ପାଲୋଞ୍ଜୀ ଗ୍ରୁପ ଏବଂ ଟାଟା ସନ୍ସ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ହେଲେ ୨୦୧୬ରେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ସାଇରସ ମିସ୍ତ୍ରୀଙ୍କୁ ହଟାଇ ଦିଆଯାଇଥିଲା । ଏହାପରେ ଦୁଇ କମ୍ପାନୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଏମିତି କି କଥା ଯାଇ କୋର୍ଟରେ ପହଞ୍ଚିଥିଲା । ତେଣୁ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com