ଜାତୀୟଭାଇରାଲ୍ ଭିଡିଓ

ବ୍ରାଇଡ଼ାଲ ମେକଅପ୍ ସହ ସ୍କୁଟି ଚଳାଇ ରାସ୍ତରେ ବୁଲିଲେ କନ୍ୟା, ଭାଇରାଲ ହେଉଛି ଭିଡ଼ିଓ

ଘଟଣା କିଛି ବି ହେଉ ଶୋସାଲ ମିଡ଼ିଆରେ କ୍ରେଜ ପାଇଁ ଭଳିକି ଭଳି ଭିଡ଼ିଓ ଜାଣି ଶୁଣି ଅପଲୋଡ଼ କରି ଭାଇରାଲ କରାଯାଉଛି । ସୋସିଆଲ ମିଡିଆରେ ବେଶି ଭାଇରାଲ ହେଉଛି ବିବାହ କିମ୍ବା ସେହି ସମ୍ବନ୍ଧୀୟ ଭିଡ଼ିଓ । ଏଠି ବିବାହ ପୂର୍ବରୁ କନ୍ୟା ସ୍କୁଟି ଚଳାଉଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ କନ୍ୟା ବିନ୍ଦାସ୍ ହୋଇ ସ୍କୁଟିରେ ବୁଲୁଥିବା ଦେଖିବାକୁ ମିଳିବ । ସ୍କୁଟି ଚଳାଇବାବେଳେ କନ୍ୟା ମୁହଁରେ ହସ ଦେଖିବାକୁ ମିଳେ ଏବଂ ସେ ଲେହେଙ୍ଗା ପିନ୍ଧି ବ୍ୟସ୍ତବହୁଳ ରାସ୍ତାରେ ଯାଉଛନ୍ତି । ସ୍କୁଟି ଚଳାଇବାବେଳେ ସେ ବଲିଉଡ ଚଳଚ୍ଚିତ୍ର ‘ଆକ୍ସନ ରିପ୍ଲେ’ର ଲୋକପ୍ରିୟ ଗୀତ’ ଜୋର କା ଝଟ୍କା’ଗୀତ ଗାଉଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com