ଭୋପାଳ: ମୋଦି ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବାଣ୍ଟିଦେବେ। ଦଳିତଙ୍କୁ ଆଦିବାସୀଙ୍କୁ ଓ ସ୍ୱଳ୍ପସଂଖ୍ୟକଙ୍କ ଜୀବନଜୀବିକା ବିପଦରେ ରହିଛି। ଯଦି ସମ୍ବିଧାନକୁ ବଞ୍ଚାଇବାର ଅଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ହେବ। ଏଥିପାଇଁ ଆମ ସମସ୍ତଙ୍କୁ ସଜାଗ ରହିବାକୁ ହେବ ବୋଲି ପୂର୍ବତନ ମନ୍ତ୍ରୀ ରାଜା ପଟରିଆ କାର୍ଯ୍ୟକର୍ତ୍ତାଙ୍କୁ କହୁଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟରିଆଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଯଦିଓ ପରବର୍ତ୍ତି ସମୟରେ ପଟରିଆ ଭିଡ଼ିଓରେ ହତ୍ୟା ଶବ୍ଦକୁ ସୁଧାରିଥିବା ଦେଖିବାକୁ ମିଳିଛି। ନିଜ ମନ୍ତବ୍ୟରେ ସୁଧାର ଆଣି ସେ ହତ୍ୟାର ଅର୍ଥ ପରାଜୟ ବୋଲି ସୁଚାଉଥିବା କହିଛନ୍ତି। ଭାଇରାଲ ଭିଡ଼ିଓ ଟି ପନ୍ନା ଜିଲ୍ଲାର ପବଇର ବୋଲି ସୂଚନା ରହିଛି। ରାଜା ପଟରିଆଙ୍କର ଏହି ବୟାନ ପରେ ବିବାଦ ତେଜିବାରେ ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ଏଭଳି ଭାଷଣକୁ କଡ଼ା ନିନ୍ଦା କରିଛନ୍ତି।
Related Articles
Check Also
Close