ଜାତୀୟ

ଆଜିଠୁ ପୌର ନିର୍ବାଚନ ନାମାଙ୍କନ : ୯ରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ରେ ପ୍ରତ୍ୟାହାର ସହ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ୱର() ଆଜିଠୁ ପୌର ନିର୍ବାଚନ ନାମାଙ୍କନ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବାକୁ ଯାଉଛି ନାମାଙ୍କନ। ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ ।

ତେବେ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ୭ ତାରିଖ ଯାଏ ଚାଲିବ ।  ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ । କୋର୍ଟରେ ମାମଲା ଥିବାରୁ ସମ୍ବଲପୁର, ରାଉରକେଲା ମହାନଗର ନିଗମ ଏବଂ ପୁରୀ ମ୍ୟୁନିସପାଲିଟିରେ ଭୋଟ୍ ହେବ ନାହିଁ । ଏଥର ଭୋଟର ପ୍ରତ୍ୟକ୍ଷ ଭାବରେ ମେୟର ଏବଂ ପୌରାଧ୍ୟକ୍ଷ ବାଛିବେ । ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com