ବାଣିଜ୍ୟ

ରାସନକାର୍ଡ ଧାରୀଙ୍କ ପାଇଁ ଖୁସି ଖବର, ଗହମ-ଚାଉଳ ସହ ମାସକୁ ମିଳିବ ୩୦୦ ଟଙ୍କା !

ଭୁବନେଶ୍ୱର,୧୫/୦୨/୨୦୨୩ –    ନିକଟରେ ହରିୟାଣା ସରକାର BPL ରାସନ କାର୍ଡଧାରୀ ଏବଂ ଅନ୍ତୋଦୟ କାର୍ଡଧାରୀ AAY କୁ ମାଗଣାରେ ଦୁଇ ଲିଟର ସୋରିଷ ତେଲ ଦେବାକୁ ଘୋଷଣା କରିଥିଲେ । ଜୁନ୍ ୨୦୨୧ ରେ, ତୈଳ ମୂଲ୍ୟରେ ବୃଦ୍ଧି ହେତୁ ସରକାର ରେସନ ଡିପୋରେ ତେଲ ବଣ୍ଟନକୁ ବନ୍ଦ କରି ଦେଇଥିଲେ । ଏଥିସହିତ ତେଲ ବଦଳରେ କାର୍ଡଧାରୀଙ୍କ ଆକାଉଣ୍ଟକୁ ମାସକୁ ୨୫୦ ଟଙ୍କା ପଠାଇବାକୁ ଯୋଜନା କରା ଯାଇଥିଲା । ବର୍ତ୍ତମାନ ସେହି ହିତାଧିକାରୀମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି ।

ବର୍ତ୍ତମାନ ୨୫୦ ଟଙ୍କାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ସରକାର। ଏହାପୂର୍ବରୁ ସରକାର ୨୫୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ହରିୟାଣା ସରକାର ଏହି ପରିମାଣକୁ ୩୦୦ ଟଙ୍କାକୁ ବୃଦ୍ଧି କରୁଥିବା ନେଇ ଚର୍ଚ୍ଚା ହେଉଛି। ଫଳରେ ଏହାଦ୍ୱାରା ୩୨ ଲକ୍ଷ ପରିବାରକୁ BPL ଏବଂ AAY ରେସନ କାର୍ଡଧାରୀ ଉପକୃତ ହେବେ। ଫଳରେ କାର୍ଡଧାରୀଙ୍କୁ ସରକାରଙ୍କୁ ପକ୍ଷରୁ ପ୍ରତିମାସରେ ୩୦୦ ଟଙ୍କା ଦିଆଯିବ ।

ଆପଣଙ୍କୁ କହିରଖୁଛୁ ଯେ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ରାଜ୍ୟର ଲକ୍ଷ ଲକ୍ଷ କାର୍ଡଧାରୀଙ୍କୁ ମାଗଣାରେ ଗହମ ଏବଂ ଚାଉଳ ଦିଆଯାଉଛି। ଗତ ଦିନରେ ସରକାର ମାଗଣା ରାସନ ସହିତ ସୋରିଷ ତେଲ ଦେବାକୁ ଘୋଷଣା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com