ବାଣିଜ୍ୟ

ଦୀଘା ନିକଟସ୍ଥ ସମୁଦ୍ରରୁ ଧରାହେଲା ୨ କ୍ୱିଣ୍ଟାଲ ଓଜନର ମାଛ

ଦୀଘା, ୧୭/୦୨/୨୦୨୩ –    ମାଛର ଦାମ୍ ୩୮ ହଜାର ଟଙ୍କା । ତାହା ପୁଣି ଏକ ଭେକ୍ଟି ମାଛ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରେ । ଦୀଘା ନିକଟସ୍ଥ ସମୁଦ୍ରରୁ ଏକ ଟ୍ରଲରର ମତ୍ସ୍ୟଜୀବୀମାନେ ଏହି ମାଛକୁ ଧରିଥିଲେ । ପରେ ଏହାକୁ ବିକ୍ରି କରିବାଲାଗି ପଶ୍ଚିମବଙ୍ଗର ଦୀଘା ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆଣିଥିଲେ । ୨ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ଏହି ବିରଳ ମାଛକୁ ଦେଖିବାପାଇଁ ସେଠାରେ ପ୍ରବଳ ଜନଗହଳି ହୋଇଥିଲା ।

କଲିକତା ବସିରହାଟ ଅଞ୍ଚଳର ଜଣେ ମାଛ ବ୍ୟବସାୟୀ ୩୮ ହଜାର ଟଙ୍କା ନିଲାମରେ ଏହି ବିରାଟ କାୟ ମାଛଟିକୁ କିଣିଥିବା ଜଣାପଡିଛି । ଗତ ୨୦୨୧ ଜୁଲାଇ ୨୮ ତାରିଖରେ ମଧ୍ୟ ଏଠାରେ ଏଭଳି ଏକ ସାମୁଦ୍ରିକ କଉ ମାଛ ଦେଖିବାକୁ ମିଳିଥିଲା । ଯାହା ଓଡ଼ିଶାର ପାରାଦ୍ବୀପ ନିକଟସ୍ଥ ସମୁଦ୍ରରୁ ଧରା ହୋଇଥିଲା । ସେତେବେଳେ ସେହି ମାଛକୁ ୩୫ ହଜାର ଟଙ୍କାରେ ବିକ୍ରି କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com