ଓଡ଼ିଶାବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ରାଜ୍ୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୦୨/୨୦୨୩ –   ଭୁବନେଶ୍ୱରର ବରମୁଣ୍ଡା ଖେଳ ପଡ଼ିଆରେ ରାଜ୍ୟ କୃଷି ମହୋତ୍ସବ ’କୃଷି ଓଡ଼ିଶା’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କୃଷି ମହୋତ୍ସବ ଗୁରୁବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ । ନିଆରା ଢ଼ଙ୍ଗରେ ଏକ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଚଳିତ ବର୍ଷର ରାଜ୍ୟ କୃଷି ମହୋତ୍ସବର ଶୀର୍ଷକ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’ । ବିଭିନ୍ନ କମ୍ପାନୀ ଦ୍ବାରା ପ୍ରଦର୍ଶିତ ହେଉଥିବା କୃଷିକ୍ଷେତ୍ରରେ ମେସିନ ଓ ଯନ୍ତ୍ରାଂଶ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟର କୋଣ ଅନୁକୋଣରୁ ଚାଷୀ ଏହି ମହୋତ୍ସବକୁ ଆସୁଛନ୍ତି । ଏହି ତିନି ଦିନ ଭିତରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳରେ କିପରି ଚାଷ କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com