ଓଡ଼ିଶା

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ଖୋଲିଲା ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ବର : ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ସରକାର ଏକ ସ୍ବତନ୍ତ୍ର ସହାୟତା କେନ୍ଦ୍ର ଖୋଲିଛନ୍ତି ।  ଏହି ସହାୟତା କେନ୍ଦ୍ରକୁ ଦିଲ୍ଲୀ ଓଡ଼ିଶା ଭବନଠାରେ ଥିବା ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଛି । ଏହି ସହାୟତା କେନ୍ଦ୍ର ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଅନ୍ୟ ସମସ୍ତ ସଂପର୍କିତ ଏଜେନ୍ସିମାନଙ୍କ ସହ ସମନ୍ବୟ ରକ୍ଷା କରିବ । ଏଥିପାଇଁ ଆବାସିକ କମିଶନର ରବି କାନ୍ତଙ୍କୁ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ତାଙ୍କୁ ୮୫୨୭୮୫୦୨୪୫ (ମୋବାଇଲ ଓ ହ୍ବାଟ୍ସଆପ ନମ୍ବର), ୦୧୧-୨୩୦୧୨୭୫୧ (ଲାଣ୍ଡଲାଇନ ନମ୍ବର) ଓ ଇମେଲ ଆଇଡି [email protected] କିମ୍ବା [email protected]  ମାଧ୍ୟମରେ ଯୋଗାଯୋଗ କରିହେବ ।

ସୂଚନାଯୋଗ୍ୟ ଯେ, ଋଷିଆ ଆକ୍ରମଣର ଶିକାର ହୋଇଥିବା ୟୁକ୍ରେନରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଓ ପେସାଦାର କର୍ମଚାରୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟ ୩ ହଜାର ଓଡ଼ିଆ ରହିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଉଦ୍ୟମ ଚଳାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com