ଓଡ଼ିଶା

ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ, ନବୀନ ଏବେ ବି ଅତୁଳନୀୟ

() ଓଡ଼ିଶାରେ ବିଜୁ ଜନତା ଦଳ ପାଳନ କରୁଛି, କ୍ରମାଗତ ପଞ୍ଚମ କାର୍ଯ୍ୟକାଳର ତୃତୀୟ ବର୍ଷର ସମାପ୍ତି ଉତ୍ସବ। ରାଜନୀତିରେ ପ୍ରତିଯୋଗିତାମୂଳକ ସଫଳତାକୁ ପ୍ରତ୍ୟେକ ଦଳ ସଗର୍ବେ ସ୍ମୃତିଚାରଣ କରିଥାଏ । ଏହି କ୍ରମାନ୍ବୟ ଗୈାରବ ଉତ୍ସବ ମନାଇବାର ପାଇଁ ବିଜେଡି ପାଖରେ ଅଛି ଅନେକ ମାଇଲ ଖୁଣ୍ଟ । 1999 ମହାବାତ୍ୟା ବିଭୀଷିକାରେ ବିକୃତ ହୋଇଥିବା ଓଡ଼ିଶା ମାନଚିତ୍ରକୁ ମାତ୍ର ଗୋଟିଏ ବର୍ଷର ବ୍ୟବଧାନରେ ବିଶ୍ବ ଦରବାରରେ ନୂଆ ରୂପରେଖ ଦେଇଥିଲେ ନବୀନ ପଟ୍ଟନାୟକ । ବର୍ଷ 2000ର ସେଇ ନବୀନ ପଟ୍ଟନାୟକଙ୍କ ଭିତରେ ସାରା ଓଡ଼ିଶା ଦେଖିବାକୁ ପାଇଥିଲା ଜଣେ ଶାଣିତ ରାଜନେତା ଓ ପୋଖତ ଅର୍ଥନୀତିଜ୍ଞର ଝଲକ୍ ।

Remembering 1999 Super Cyclone: Transformation of Odisha From A Silent Victim To a Resilient Defender – News Room Odisha

ସେତେବେଳେ ଓଡ଼ିଶା ରାଜନୀତିରେ ନୂଆ କରି ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ହେଲେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ଦୂର ଦୃଷ୍ଟି ତାଙ୍କୁ ଅନେକଙ୍କ ମଧ୍ୟରେ ଏକକ ମାନ୍ୟତା ଦେଇଥିଲା । ପ୍ରଥମେ ଦଳଗତ ମେଣ୍ଟ ଆଧାରରେ ଓଡ଼ିଶାର ମଙ୍ଗୁଆଳ ସାଜିଥିଲେ ସେ । ହେଲେ ସେହି ମେଣ୍ଟ ତାଙ୍କୁ କଦାପି ନିର୍ଭରଶୀଳ କରି ନ ଥିଲା ବରଂ ସେ ନିଜକୁ ଆତ୍ମବଳରେ କରୁଥିଲେ ବଳୀୟାନ୍। ବିଦେଶରେ ଶିକ୍ଷା, ବିଶିଷ୍ଟ ଜ୍ଞାନୀ ମାନୀଙ୍କ ଗହଣରୁ ଆହରଣ କରିଥିବା ଦିଗଦର୍ଶୀ ଅନୁଭୂତି ତାଙ୍କୁ ଦେଇଥିଲା ଅପ୍ରତିଦ୍ବନ୍ଦ୍ବୀ ଡ୍ରାଇଭିଂ ଫୋର୍ସ ।

ନବୀନଙ୍କ ଦ୍ବାରା ପ୍ରଣୋଦିତ ଓ ପ୍ରଚଳିତ ଅନେକ ଗୁଡ଼ିରେ ରାଜ୍ୟସ୍ତରୀୟ ଲୋକାଭିମୁଖୀ ଯୋଜନା ଦେଶ ବିଦେଶ ପାଇଁ ବି ରାଜନୀତି ଓ ସଫଳ ଜନନୀତି ଦିଗରେ ଆଲୋକବର୍ତ୍ତିକା ଭାବେ ପ୍ରମାଣିତ ହୋଇଛି । ଦଳଗତ ରାଜନୀତି ହେଉ ଅବା ଅନ୍ତର୍ଦଳୀୟ ରାଜନୀତି, ନିଜ ଆଚାର, ବ୍ୟବହାର ଓ ସ୍ବଭାବକୁ ଶୃଙ୍ଖଳିତ  ରଖିବାକୁ ସେ ସର୍ବଦା ଗୁରୁତ୍ବ ପ୍ରଦାନ କରିଥାନ୍ତି । ତେଣୁ ନବୀନ ତାଙ୍କ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ସମ ପରିମାଣରେ ଶୃଙ୍ଖଳା ଆଶା କରନ୍ତି । ସୁଶାସନ ପାଇଁ ଗୁଡ୍ ଗଭର୍ନାନ୍ସ, ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ପାଇଁ 5ଟି ଛୋଟ ଓ ଗରିବ ଖଟଖିଆଙ୍କ ସାଧାରଣ ବଣ୍ଟନ ଯୋଜନାରେ ସ୍ବଚ୍ଛତା, ନବୀନ ସରକାରଙ୍କ ସଫଳ ରାଜନୈତିକ କ୍ୟାରିଅର୍ ର ଗୁରୁତ୍ବପୂର୍ଣ୍ଣ ଟର୍ଣ୍ଣିଂ ପଏଣ୍ଟ । ଗୁଡ୍ ଗଭର୍ଣ୍ଣାନ୍ସ ଓ 5ଟି ଆକ୍ସନ୍ ଖୋଦ୍ ନବୀନ ସରକାରଙ୍କ ପାଇଁ ଖାଣ୍ଡାଧାରରେ ଚାଲିବା ସଦୃଶ ହୋଇଥିଲେ ବି ନିଜ ନିଷ୍ପତ୍ତିରେ ଅଟଳ ଅଚଳ ରହିରେ ନବୀନ । ଦଳ ଭିତରୁ ଓ ବାହାରୁ ଆସୁଥିବା ବହୁ ଘାତ ପ୍ରତିଘାତ, ଆଲୋଚନା, ସମାଲୋଚନା ଓ କଟାକ୍ଷକୁ କେବେ ବି ଆତ୍ମସମର୍ପଣ କରିନାହାନ୍ତି । ଅତୀତର ରାଜନୈତିକ ଅନୁଭୂତି, ଆତ୍ମସଂଯମତା ଓ ନୀତିନିଷ୍ଠ ବ୍ୟକ୍ତିତ୍ବ ତାଙ୍କୁ ଜଣେ ନିଆରା ନେତାର ପରିଚୟ ଦେଇଛି । ରାଜ୍ୟ ଓ ଦେଶ ସୀମା ସରହଦକୁ ଡେଇ ବିଦେଶରେ ଓଡ଼ିଶାର ନାଁ ଟେକ ରଖିବାକୁ ଅନେକ ଦରିଆପାରି ରାଜନେତା ଓ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ସହ ବୁଝାମଣା କରି ଓଡ଼ିଶାର ଶିକ୍ଷା ସମୃଦ୍ଧି ପାଇ ସେ ଶତଚେଷ୍ଟିତ ।

ବର୍ଷ 2019 ଥିଲା ତାଙ୍କ ପାଇଁ ରାଜନୈତିକ ଅଗ୍ନିପରୀକ୍ଷାର ସମୟ । ଓଡ଼ିଶାରେ ବିଜେପିଠାରୁ ସ୍ବତନ୍ତ୍ର ଏକ ପରିଚୟ ସୃଷ୍ଟି କରିବା ବେଳେ ବହୁ ରାଜନୈତିକ ସମୀକ୍ଷକ ଭାବିଥିଲେ ଯେ ରାଷ୍ଟ୍ରୀୟସ୍ତରରେ ତାଙ୍କର ଏନ୍ ଡିଏ ସହ ଗଣିତ ଭଣ୍ଡିର ହେବ ବୋଲି । ହେଲେ ଏହି ଆହ୍ବାନକୁ ସେ ସଫଳତାର ସହ ମାତି ଦେଇ ଏଯାବତ୍ ସଫଳତାର ସିଡ଼ି ଚଢ଼ିଚାଲିଛନ୍ତି । 2019 ସାଧାରଣ ନିର୍ବାଚନରେ, ସେ ନିଜକୁ ଜଣେ ସିଙ୍ଗଲ୍ ଡାଇଭିଂ Boss ସମଗ୍ର ଓଡ଼ିଶାବାସୀଙ୍କ ହୃଦୟରେ ରାଜୁତି କରିଥିଲେ । ରାଜ୍ୟରେ ଅନେକ ଗାଁ ଗଣ୍ଡାରେ ଗଡ଼ିଥିଲା ନବୀନ ବାବୁଙ୍କ ଭବ୍ୟ ପ୍ରଜାର ବସ୍ ।

ଯେଉଁଥିରେ ସେ କେବଳ ହାତଯୋଡ଼ି ବିନମ୍ର ନସସ୍କାର ଓ ହାତ ହଲାଇ ଲୋକଙ୍କ ଅଭିଭାବଦନ ଗ୍ରହଣ କରୁଥିଲେ । ନିର୍ବାଚନୀ ରାଲି ଓ ସଭାରେ ସେ କୋଚିତ୍ ଭାଷଣ ଦେଉଥିଲେ, ଆଉ ତାହା ବି ଥିଲା ଯୁଦ୍ରାତି କ୍ଷୁଦ୍ର ହେଲେ ବିରୋଧୀଙ୍ଠାରୁ 2019ରେ ବିଜେଡିର ବିଜୟ ବ୍ୟବଧାନ ଥିଲା ଏକ ଇତିହାସ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଇ) ମାଧ୍ୟମରେ ଅପହଞ୍ଚ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଏକ ମାଇଲଖୁଣ୍ଟ । ସେହିପରି ଓଡ଼ିଶାକୁ ବିଶ୍ବ ଦରବାରରେ ଏକ ସ୍ପୋର୍ଟସ୍ ହବ୍ କରିବାର ମୂଳଦୁଆ ପଡ଼ିଥିଲା 2018 ପୁରୁଷ ହକି ବିଶ୍ୱକପ ଆୟୋଜନ ଜରିଆରେ । ବର୍ତ୍ତମାନ ଓଡ଼ିଶା ସରକାର 2023 ପୁରୁଷ FIH ବିଶ୍ୱକପ୍ ର ସଫଳ ଆୟୋଜନ କରି ଇତିହାସର ପୁନରାବୃତ୍ତି କରିବାକୁ ଲାଗିପଡ଼ିଛନ୍ତି ।

ତୃଣମୂଳ ଓ ଜାତୀୟ ରାଜନୀତି, ସ୍ବାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ଓ ବିଜେଡିର ପତିଆରା ଯେତେ ବଢ଼ିଚାଲିଛି ସେହି ଅନୁପାତରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଭୂମିକା ସଙ୍କୀର୍ଣ୍ଣ ଓ ସଙ୍କୁଚିତ ହୋଇଛି ।  ଯାହାକୁ ନେଇ ପ୍ରତ୍ୟକ୍ଷରେ ଛାମୁଆ ବିରୋଧୀ ନେତାଏଁ ସ୍ବୀକାର କରନ୍ତି । ତେଣୁ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ କେବଳ ଜଣେ ଏକ ରାଜନେତା ନୁହନ୍ତି ବରଂ ବହୁମୁଖୀ ପ୍ରତଭାସମ୍ପନ୍ନ ବ୍ୟକ୍ତିବିଶେଷ ଭାବେ ଜନପ୍ରିୟ ।

Related Articles

Back to top button
WP Twitter Auto Publish Powered By : XYZScripts.com