ଓଡ଼ିଶା

ଗଛରେ ଝୁଲୁଛି ଅଜଣା ମହିଳାଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ଅସ୍ପଷ୍ଟ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆଦର୍ଶ ବିଦ୍ୟାଳୟ ପଛପଟ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହାନଦୀ କୂଳରେ ଥିବା ଏକ ଗଛରେ ଜଣେ ଅଜଣା ବିବାହିତା ମହିଳା ବେକରେ ଶାଢ଼ୀ ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା  । ମହିଳାଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମହିଳା ଜଣଙ୍କ ବେକରେ ନିଜ ପିନ୍ଧା ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ଆଉ କିଏ ହତ୍ୟା କରି ଗଛରେ ଝୁଲାଇ ଦେଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ମହିଳାଙ୍କ ବୟସ ପାଖାପଖି ୫୦ବର୍ଷ ହୋଇଥିବା ଅନୁମାନ କରାଯାଉଛି । ତେବେ ଗୋଟିଏ ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡୁଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com