ଓଡ଼ିଶା

ରାସ୍ତା କାମ ବେଳେ ଉତ୍ତେଜନା ଓ ମାରପିଟ୍, ପ୍ରତିବାଦରେ ରାସ୍ତା ଉପରେ ଧାରଣା

ସୋର: ରାସ୍ତା କାମ ବେଳେ ଉତ୍ତେଜନା ଓ ମାରପିଟ । ରାସ୍ତା କାମକୁ ନେଇ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଗ୍ରାମବାସୀ, ମହିଳା ଠିକାଦାର ଓ ତାଙ୍କ ପରିବାରଙ୍କ ମଧ୍ୟରେ ମାରପିଟ୍ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବାରିପଦା ପଞ୍ଚାୟତ ୧୧ ନମ୍ବର ୱାର୍ଡ ଆରଡି ରୋଡଠାରୁ ପଣ୍ଡାସାହି ଯାଏଁ ୫୦ଫୁଟ ରାସ୍ତା କଂକ୍ରିଟ କାମ ୟସ ବାତ୍ୟାରୁ ୬୦ ହଜାର ଟଙ୍କା ଅନୁଦାନ ଆସିଥିଲା । ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାରିକା ମଲ୍ଲିକ ନାମରେ କାର୍ଯ୍ୟାଦେଶ ରହିଛି । କିନ୍ତୁ ସେହି ଅଞ୍ଚଳର ଜଣେ ମହିଳା ଶୁଭଶ୍ରୀ ଦାସ କାର୍ଯ୍ୟ କରୁଛନ୍ତି । ଗୁରୁବାର ରାସ୍ତା କାମ ବେଳେ ବାରିପଦା ସରପଞ୍ଚ ସୂର୍ଯ୍ୟକାନ୍ତ ମାଝୀ ଓ ସମିତି ସଭ୍ୟ ସୁଧାକର ଆଚାର୍ଯ୍ୟଙ୍କ ତାଙ୍କ ଅଜାଣତରେ କାର୍ଯ୍ୟ ହେଉଥିବାର ଅଭିଯୋଗରେ ପ୍ରତିବାଦ କରି ନିର୍ମାଣଧୀନ ରାସ୍ତା ଉପରେ ଧାରଣାରେ ବସିଥିଲେ । ସରପଞ୍ଚ, ସମିତି ସଭ୍ୟ, ଗ୍ରାମବାସୀ ଧାରଣାସ୍ଥଳରେ ମହିଳା ଠିକାଦାର ବାଲି, ମେଟାଲ ଓ ସିମେଣ୍ଟ ଗୋଳାକୁ ଢାଳିବାରୁ ଉତ୍ତେଜନା ପ୍ରକାଶ ପାଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ଲାଗିଥିଲା । ପରେ ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମବାସୀ ଘଟଣାସ୍ଥଳରୁ ଫେରି ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com