ଓଡ଼ିଶା

କଟକ ବଡ଼ ଡାକ୍ତରଖାନାରେ ଲାଞ୍ଚ ଦେଲେ ମିଳୁଛି ଚାକିରି

କଟକ, ୩୦/୦୭/୨୦୨୨- କଟକ ବଡ଼ ଡାକ୍ତରଖାନାରେ ଲାଞ୍ଚ ଦେଲେ ମିଳୁଛି ଚାକିରି । ଚାକିରି ଦେବା ନାଁରେ ଚାଲିଛି ଲାଞ୍ଚ କାରବାର । ଲାଞ୍ଚ କାରବାର ନେଇ ମିଳିଛି ପ୍ରମାଣ । ଚାକିରି କରାଇ ଦେବାକୁ ଜଗତସିଂହପୁରର ଦେବାଶିଷ ମଲ୍ଲିକଙ୍କଠାରୁ ବାୟୋଡାଟା ସହିତ ସହିତ ୫୦ ହଜାର ଟଙ୍କା ନେଇଥିଲେ ଏସସିବି ଆଉଟସୋର୍ସିଂରେ କାର୍ଯ୍ୟରତ ଜଣେ କର୍ମଚାରୀ ଶେଖ ମୁଜିବୁର୍ ରେହମାନ୍ । ଯାହାର ଭିଡିଓ  ସୋସିଆଲ ମିଡିଆରେ ଘୁରି ବୁଲୁଛି। ଅଭିଯୋଗ ଅନୁସାରେ, ଦେବାଶିଷଙ୍କୁ ଆଟେଣ୍ଡାଣ୍ଟ ଚାକିରି ପାଇଁ ତାଙ୍କ ଠାରୁ ଟଙ୍କା ନେଇଥିଲେ ଶେଖ ମୁଜିବୁର୍ । ଆଉଟସୋର୍ସିଂ ଦାୟିତ୍ବରେ ଥିବା ମଞ୍ଜୁଶ୍ରୀ ଏଜେନ୍ସିରେ ଚାକିରି କରାଇ ଦେବାକୁ ଲୋଭ ଦେଖାଇଥିଲେ । ପରବର୍ତ୍ତୀ ସମୟରେ ଆଟେଣ୍ଡାଣ୍ଟ ବଦଳରେ ଦେବାଶିଷଙ୍କୁ କୋଭିଡ୍‌ କାମରେ ଲଗାଯାଇଥିଲା । ଅଭିଯୋଗ ପରେ ଓ କରୋନା ପରେ ଦେବାଶିଷଙ୍କୁ ଛଟେଇ କରାଯାଇଛି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ଦେବାଶିଷ । କେବଳ ଦେବାଶିଷ ନୁହଁନ୍ତି , ଏକାଧିକ ବ୍ୟକ୍ତି ଏସସିବିରେ ଚାକିରି କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ତେବେ ଶେଖ ମୁଜିବୁର ନାମକ ଏହି ବ୍ୟକ୍ତି ଜଣଙ୍କ କିଏ, ଏସସିବିରେ କ’ଣ କରନ୍ତି ଓ ମଞ୍ଜୁଶ୍ରୀ ଏଜେନ୍ସି ସହ ତାଙ୍କ କ’ଣ ସମ୍ପର୍କ ତାହା ଜଣାପଡ଼ିନାହିଁ । ନିଯୁକ୍ତି କାର୍ଯ୍ୟ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଇଛି ବୋଲି ଏସସିବି କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଘଟଣାରୁ ନିଜକୁ ଦୂରେଇ ରଖିଛନ୍ତି ଏସସିବି ଅଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com