ଅନ୍ତର୍ଜାତୀୟଓଡ଼ିଶାଜାତୀୟମନୋରଞ୍ଜନ

ନଭେମ୍ଭର ୧ରୁ ଖୋଲିବ ଶିମିଳିପାଳ

ଶିମିଳିପାଳ, ୧୭ /୧୦/୨୦୨୨-   ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରେ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଇତ୍ୟାଦିର ସୁବିଧା ମିଳିବ । ଆସନ୍ତା ନଭେମ୍ବର ୧ରୁ ଖୋଲିବାକୁ ଥିବା ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା ରଖାଯାଇଛି । ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବ ବିବିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଆକର୍ଷିତ ହୋଇ ଆସିଥାନ୍ତି ।

ଶିମିଳିପାଳ ଅଭୟାରଣ୍ୟ ଭିତରେ ୫ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ଗୁଡୁଗୁଡିଆ, ରାମତୀର୍ଥ, ଜାମୁଅ।ଣି, କୁମାରୀ ଏବଂ ବରେହିପାଣିରେ ରାତ୍ରୀ ଯାପନର ବ୍ୟବସ୍ଥା ରଖାଯାଇଛି । ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରି ଏହାର ସୁବିଧା ନେଇପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com