Breaking NewsFeaturedଜାତୀୟରାଜନୀତି

ଖଡ଼ଗେଙ୍କ କଂଗ୍ରେସ ଅଧ୍ୟକ୍ଷ କାଳରେ ଦଳକୁ ଖୁବ୍‌ ମିଳିଲାଣି ସଫଳତା

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଜାତୀୟ କଂଗ୍ରେସ ଦଳ ପାଇଁ ଖୁବ୍ ଲକି ସାବ୍ୟସ୍ତ ହୋଇଛନ୍ତି ମଲ୍ଲିକାର୍ଜୁନ୍ ଖଡ଼ଗେ । ସେ ଅଧ୍ୟକ୍ଷ ପଦବୀରେ ଦାୟିତ୍ୱ ସମ୍ଭାଳିବା ପରେ ଦଳର ଅନେକ ସମସ୍ୟା ସମାଧାନ ହୋଇଗଲାଣି । ଏପରିକି ଦଳ ଛାଡ଼ି ବଡ଼ବଡ଼ ନେତାମାନେ ଆଉ ଯାଉନାହାନ୍ତି । ବରଂ ଦଳ ଛାଡ଼ିବା କେତେକ ନେତା ପୁଣି କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ଫେରିବା ବାଟ ଖୋଜୁଥିବା ଆଲୋଚନା ହେଉଛି । ସବୁଠୁ ବଡ଼ କଥା ହେଉଛି ତାଙ୍କର ସଫଳ ଗୋଟି ଚାଳନାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ସଫଳ ହୋଇପାରିଛି । ଏବେ ବିରୋଧୀ ଦଳମାନଙ୍କର ମେଂଟକୁ କଂଗ୍ରେସ ସମ୍ଭାଳିବାକୁ ଯାଉଛି ଓ ମେଂଟର ନାମ ଇଣ୍ଡିଆ ବୋଲି ଘୋଷଣା କରିଛନ୍ତି ଖୋଦ୍ ମଲ୍ଲିକାର୍ଜୁନ ଖଡ଼ଗେ ।

  • ଆସନ୍ତୁ ନଜର ପକାଇବା ଖଡ଼ଗେଙ୍କ କଂଗ୍ରେସ ଅଧ୍ୟକ୍ଷ କାଳରେ କଣ ସବୁ ସଫଳତା ମିଳିଛି ଦଳକୁ…

– ସିଦ୍ଦରମୈୟା ଓ ଡି ଶିବକୁମାରଙ୍କ ମଧ୍ୟରେ ଥିବା ବିବାଦର ଅନ୍ତ ଘଟିଛି
– ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିପାରିଲା
– କର୍ଣ୍ଣାଟକରେ ପୁଣି କଂଗ୍ରେସ ସରକାର କ୍ଷମତାକୁ ଆସିପାରିଲା
– ରାଜସ୍ଥାନରେ ଅଶୋକ ଗେହଲଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ କଳି ଅନ୍ତ ଘଟିଲା
– ଟିଏସ୍ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ଛତିଶଗଡ଼ କଂଗ୍ରେସରେ ଥିବା ବିବାଦର ସମାଧାନ
– ସଫଳ ଗୋଟି ଚାଳନା କରି ବିରୋଧୀ ଦଳଗୁଡ଼ିକରେ ସମନ୍ୱୟ ବଜାୟ ରଖିବା ସହ ଇଣ୍ଡିଆ ନାମରେ ମେଂଟ ଗଠନ
– ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇପାରିବା ଖଡ଼ଗେଙ୍କ ଆଉ ଏକ ସଫଳତା
– ତାଙ୍କ ଅଧ୍ୟକ୍ଷ କାଳରେ ପୂର୍ବ ଭଳି ଆଉ କଂଗ୍ରେସ ନେତାମାନେ ଦଳ ଛାଡୁ ନାହାନ୍ତି

ମଲ୍ଲିକାର୍ଜୁନଙ୍କ ଏଭଳି ସଫଳତାକୁ ବିଚାର କଲେ ଯଦି ତାଙ୍କୁ ଆହୁରି ଭାଗ୍ୟ ସାଥ୍ ଦିଏ ତେବେ ଆଗକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ସରକାର ଗଠନ କରିପାରିବ ବୋଲି ଆଲୋଚନା ଜୋର ଧରିଛି ।

  • ଦେଖନ୍ତୁ Exclusive Video:

 

Related Articles

Back to top button
WP Twitter Auto Publish Powered By : XYZScripts.com