ଜାତୀୟମନୋରଞ୍ଜନ

ନେଟ୍‌ଫ୍ଲିକ୍ସକୁ ନେଇ କରଣ ଜୋହରଙ୍କୁ ଟାର୍ଗେଟ୍ କଲେ କଙ୍ଗନା, କହିଲେ- ଗସିପ୍ କରୁଥିବା ୯୦ଦଶକର ନିର୍ଦ୍ଦେଶକ…

ମୁମ୍ବାଇ() ଫିଲ୍ମ ନିର୍ମାତା କରଣ ଜୋହରଙ୍କ ସହ କଙ୍ଗନା ରଣାଓ୍ବତଙ୍କ ପଙ୍ଗା କିଛି ନୂଆ କଥା ନୁହଁ । କଙ୍ଗନା ସୋସିଆଲ ମିଡିଆରେ ଅନେକ ଥର କରଣ ଜୋହରଙ୍କୁ ଟାର୍ଗେଟ୍ କରିଥିବା ଦେଖିବାକୁ ମିଳିଛି । ଏଥର କଙ୍ଗନା ନେଟ୍‌ଫ୍ଲିକ୍ସକୁ ନେଇ କରଣ ଜୋହରଙ୍କୁ ଟାର୍ଗେଟ୍ କରିଛନ୍ତି । ନେଟ୍‌ଫ୍ଲିକ୍ସ ଭାରତୀୟ ବଜାରକୁ ବୁଝିପାରିନାହିଁ ବୋଲି କଙ୍ଗନା କହିଛନ୍ତି । ପ୍ରକୃତରେ କିଛି ଦିନ ପୂର୍ବେ କରଣ ଜୋହର ନେଟ୍‌ଫ୍ଲିକ୍ସର ଗ୍ଲୋବାର ଟିଫ୍ ବେଲା ବଜାରିୟାଙ୍କ ପାଇଁ ଏକ ଆଲିସାନ୍ ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିରେ ବଲିଉଡ୍‌ର ଜଣାଶୁଣା ଷ୍ଟାର୍ ସାମିଲ ହୋଇଥିଲେ । କଙ୍ଗନା ଇନଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରି ନେଟ୍‌ଫ୍ଲିକ୍ସର ତୁଳନା ଆମାଜନ୍ ପ୍ରାଇମ୍ ଭିଡିଓ ସହ କରି ପ୍ରାଇମ୍ ଭିଡିଓକୁ ଅଧିକ ଲୋକତାନ୍ତ୍ରିକ ବୋଲି କହିଛନ୍ତି ।

କଙ୍ଗନାଙ୍କ ଫିଲ୍ମ ଟିକୁ ଓ୍ବେଡ୍ସ ସେରୁ ପ୍ରାଇମ୍ ଭିଡିଓରେ ହିଁ ରିଲିଜ୍ ହେବ । ଗୁରୁବାର ଦିନ ଓଟିଟି ପ୍ଲାଟଫର୍ମ ଏକ ଭିଡିଓ ସେୟାର କରି ତାର ନୂଆ ଫିଲ୍ମ ଏବଂ ଓ୍ବେବ୍ ସିରିଜର ଝଲକ ଦେଖାଇଥିଲା । କଙ୍ଗନା ଇନଷ୍ଟାଗ୍ରାମରେ ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ କରଣ ଜୋହରଙ୍କ ନାଁ ତ ଲେଖିନାହାନ୍ତି କିନ୍ତୁ ସେ ଯେଉଁଭଳି ଭାବେ କମେଣ୍ଟ କରିଛନ୍ତି ସେଥିରୁ କାହାକୁ ବି ଅନୁମାନ କରିବା କଷ୍ଟକର ହେବନି ।

କଙ୍ଗନା ନେଟ୍‌ଫ୍ଲିକ୍ସର ସିଇଓ ରିଡ୍ ହେଷ୍ଟିଙ୍ଗ୍ସଙ୍କ ବୟାନକୁ ଦର୍ଶାଇ କହିଛନ୍ତି ଯେ, କମ୍ପାନୀ ଭାରତରେ ଗ୍ରାହକଙ୍କ କମ୍ ସଂଖ୍ୟା ଯୋଗୁଁ ନିରାଶ ହୋଇଛି । ସେ ଲେଖିଛନ୍ତି, ତଥ୍ୟରୁ ଜଣାପଡୁଛି ଯେ ଆମାଜନ୍ ପ୍ରାଇମ୍ ଭିଡିଓ ଭାରତରେ ନେଟ୍‌ଫ୍ଲିକ୍ସ ତୁଳନାରେ ଅନ୍ୟନ୍ତ ଭଲ କରୁଛି । କାରଣ ସେମାନେ ବହୁତ ଓପନ୍ ମାଇଣ୍ଡେଡ୍ ଏବଂ ଲୋକତାନ୍ତ୍ରିକ । ଯେତେବେଳେ ଅନ୍ତରାଷ୍ଟ୍ରୀୟ ମୁଖ୍ୟ ଭାରତକୁ ଆସନ୍ତି ତେବେ ସେ ୯୦ଦଶକର ନିର୍ଦ୍ଦେଶକଙ୍କ ବଦନାମ୍ ପାର୍ଟିରେ ଯାଆନ୍ତି ନାହିଁ ବରଂ ସେ ସେଇ ସମସ୍ତଙ୍କୁ ଭେଟନ୍ତି ଯେଉଁମାନେ ତାଙ୍କ ପ୍ଲାଟଫର୍ମ ପାଇଁ ଯୋଗଦାନ ଦେଇଛନ୍ତି । ଗତଥର ମୁଁ ଶୁଣିଥିଲି ଯେ ନେଟଫ୍ଲିକ୍ସର ମୁଖ୍ୟ ଭାରତୀୟ ବଜାରକୁ ବୁଝିପାରୁନାହାନ୍ତି । ଠିକ୍ ଅଛି, ଭାରତୀୟ ବଜାର ୯୦ ଦଶକର ଜଣେ ଚତୁର ଗସିପ୍ କରୁଥିବା ନିର୍ଦ୍ଦେଶକଙ୍କର ନୁହେଁ, ଏଠାରେ ଶହ ଶହ ପ୍ରତିଭାଶାଳୀ ଲୋକ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com