ବାଣିଜ୍ୟ

ଆରମ୍ଭହେଲା ବୁଲା ଗୋରୁ ଧରା ଅଭିଯାନ

ଭୁବନେଶ୍ୱର, ୧୨/୧୨/୨୦୨୨ –   ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର ହେବ ବୁଲାଗୋରୁ ମୁକ୍ତ । ଏନେଇ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ଏହାକୁ ପାଳନ କରାଯାଉ ନ ଥିଲା । ଏହି ମର୍ମରେ ବିଏମସି ବୁଲାଗୋରୁଙ୍କୁ ଧରିବା ଅଭିଯାନ ଜୋରଦାର କରିଛି । ଏଥିପାଇଁ ୩ଟି ଜୋନରେ ୪ଟି ଟିମକୁ ନିୟୋଜିତ କରାଯାଇଛି । ଏହି ଟିମ ଗୁଡିକ ରବିବାର ରାତିରେ ମୋଟ୍ ୩୪ଟି ଷଣ୍ଢ ଓ ଗାଈ ଧରିଛନ୍ତି । ସେ ସମସ୍ତ ଗୋରୁଙ୍କୁ ଜାମୁକୋଳି ଗୋଶାଳାରେ ସ୍ଥାନ ଅଭାବ ଯୋଗୁ ଜଟଣୀ ଗୋଶାଳାକୁ ପଠାଯାଇଛି । ଆଗାମୀ ଦିନରେ ଅଧିକ ଟିମ୍ ନିୟୋଜିତ କରାଯିବା ସହ ଅଭିଯାନକୁ ବ୍ୟାପକ କରାଯିବ । ନିୟମ କଡ଼ାକଡି ପାଳନ ନକଲେ ଗୋରୁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେତେ ଅଧିକ ଦିନ ଗାଈଙ୍କୁ ଗୋଶାଳାରେ ରଖାଯିବ ଗାଈ ନେବାକୁ ଆସିଲେ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ମାଲିକଙ୍କ ଠାରୁ ଆଦାୟ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com