ବାଣିଜ୍ୟ

ସାଧାରଣ ଲୋକଙ୍କୁ ଡବଲ ମହଙ୍ଗା ମାଡ଼: ପେଟ୍ରୋଲ-ଡିଜେଲ ପରେ ବଢ଼ିବାରେ ଲାଗିଛି ଡାଲି ରେଟ୍

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ଼ । ପେଟ୍ରୋଲ-ଡିଜେଲ ପରେ ଏବେ ଡାଲି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ବର୍ତ୍ତମାନ ଡାଲି ଦର କିଲୋ ପିଛା ୧୦୫ରୁ ୧୧୦ ଟଙ୍କାରେ ପହଞ୍ଚିଛି । ଏହା ଗୋଟିଏ ମାସ ପୂର୍ବରୁ ୯୫ରୁ ୧୦୦ ଟଙ୍କା ଭିତରେ ଥିଲା ।

ହୋଲସେଲ ଏବଂ ଛୋଟ ବ୍ୟବସାୟୀଙ୍କ ଅନୁସାରେ, ଆଗାମୀ ଦିନରେ ଡାଲି ମୂଲ୍ୟ ହ୍ରାସ ହେବାର ସମ୍ଭାବନା କମ୍ ରହିଛି । ମହାରାଷ୍ଟ୍ରରୁ ନୂଆ ଫସଲର ଆଗମନ ଆରମ୍ଭ ହୋଇଛି, କିନ୍ତୁ ଏହା ପରେ ବି ମୂଲ୍ୟରୁ ଆଶ୍ୱସ୍ତି ମିଳୁନାହିଁ । ମହାରାଷ୍ଟ୍ରରୁ ନୂଆ ଫସଲର ଆଗମନ ଫେବୃଆରୀ-ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି ।

ଗୋଲବାଜର ହୋଲସେଲ ବ୍ୟାବସାୟୀ ସଂଘର ସଭାପତି ଦୀନେଶ ସାହୁ କହିଛନ୍ତି ଯେ, ଏଥର ଡାଲି ଦରରେ ଆଶ୍ୱସ୍ତି କମ୍ ରହିଛି । ନୂଆ ଫସଲ ପରେ ବି ଦାମକୁ ନେଇ ଲୋକମାନେ ଆରାମ ପାଇନାହାଁନ୍ତି । ଏବେ ଡିସେମ୍ବର-ଜାନୁୟାରୀ ମାସରେ ନୂତନ ଫସଲ ଆସିବା ପରେ ରିଲିଫ୍ ଆଶା କରାଯାଉଛି । ଅନ୍ୟପଟେ ଆଉ କିଛି ବ୍ୟବସାୟୀମାନେ କହିଛନ୍ତି ଯେ, ଛତିଶଗଡରେ ଡାଲି ଉତ୍ପାଦନ ବହୁତ କମ୍ ରହିଛି । ଏଭଳି ପରିସ୍ଥିତିରେ ଛତିଶଗଡରେ ଡାଲିର ଚାହିଦା ପୂରଣ କରିବା ପାଇଁ ହୋଲସେଲରମାନଙ୍କୁ ମହାରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ । ତେବେ ଗତ ବର୍ଷ ଡାଲିର ମୂଲ୍ୟ କିଲୋଗ୍ରାମ ପିଛା ୭୫ ରୁ ୯୦ ଟଙ୍କା ମଧ୍ୟରେ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com