ବାଣିଜ୍ୟ

ଜନସଂଖ୍ୟା ରୋକିବ ‘ଶାଶୁ-ବୋହୂ ସମ୍ମିଳନୀ’

ଭୁବନେଶ୍ୱର, ୧୭/୦୧/୨୦୨୩ –   ବଢ଼ୁଥିବା ଜନସଂଖ୍ୟାକୁ ରୋକିବାପାଇଁ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏହାର ନାମ ହେଉଛି ‘ଶାଶୁ-ବୋହୂ ସମ୍ମିଳନୀ’ କାର୍ଯ୍ୟକ୍ରମ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହା ପ୍ରତି ବର୍ଷ ସବୁ ଜିଲ୍ଲାରେ ୨ ଥର ଏହି ସମ୍ମିଳନୀ ଆୟୋଜନ କରାଯିବ । ଏଥିପାଇଁ ଚୂଡ଼ାନ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇ ସାରିଛି । ଏହି କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ବଜେଟ୍‌‌ ବ୍ୟବସ୍ଥା କରିଛି ।

ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ମାସରେ ‘ଶାଶୁ-ବୋହୂ ସମ୍ମିଳନୀ’ ଆୟୋଜନ କରାଯିବ । ଚଳିତ ଜାନୁଆରୀ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ରାଜ୍ୟବ୍ୟାପୀ ସମ୍ମିଳନୀ ଆୟୋଜନ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି।ଏହି କାର୍ଯ୍ୟକ୍ରମ ଅନୁସାରେ ସ୍ଥାନୀୟ ଆଶା କର୍ମୀଙ୍କ ଜରିଆରେ ପ୍ରତ୍ୟେକ ଘରୁ ଶାଶୁ ଓ ବୋହୂଙ୍କୁ ଆଣି ସମ୍ମିଳନୀରେ ସାମିଲ କରାଯାଇ ପରିବାର ନିୟୋଜନ, ଦୁଇ ସନ୍ତାନ ଜନ୍ମ ସମୟ ମଧ୍ୟରେ ଦୂରତା ରକ୍ଷା କରିବା ସମ୍ପର୍କରେ ସଚେତନ କରାଯିବ । ସେଠାରେ ଏହି ବିଷୟବସ୍ତୁକୁ ନେଇ ସେମାନଙ୍କ ପାଇଁ କ୍ୱିଜ୍‌‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ଅପରପକ୍ଷେ ନବ ବିବାହିତ ଦମ୍ପତ୍ତିଙ୍କୁ ବିଭାଗ ପକ୍ଷରୁ ଏକ ପରିବାର ନିୟୋଜନ କିଟ୍‌‌ ଉପହାର ସ୍ୱରୂପ ପ୍ରଦାନ କରାଯିବ । ସେଥିରେ ପରିବାର ନିୟୋଜନ ସାମଗ୍ରୀ ରହିବ । ତେଣୁ ଯଦି ଶାଶୂ ଓ ବୋହୂଙ୍କୁ ସଚେତନ କରାଯିବ ତା ହେଲେ ସେମାନେ ପରିବାରକୁ ସଚେତନ କରିବେ ଓ ଜନସଂଖ୍ୟା ନିୟନ୍ତ୍ରଣ ଲକ୍ଷ୍ୟ ପୂରଣ ସହଜ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com