ବାଣିଜ୍ୟ

 ୧ ବର୍ଷ ଶିଶୁଙ୍କ ପାଇଁ ରିଜର୍ଭ ବୁକିଂ ଉପରେ ଲାଗିବ ରେଳ ଟିକେଟ

ନୂଆଦିଲ୍ଲୀ, ୧୭/୦୮/୨୦୨୨-   ପରିବାର ଧରି ସାଙ୍ଗରେ ରେଳଯାତ୍ରା କରୁଛନ୍ତି କି? ତେବେ ଜାଣି ରଖନ୍ତୁ ରେଳ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥବା ଏହି ନୂଆ ନିୟମକୁ । ଏଣିକି ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆଉ ମିଳିବନି ମାଗଣା ରେଳଯାତ୍ରା । ୧ ବର୍ଷ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଟିକେଟ ଲାଗିବ । ରେଳ ମନ୍ତ୍ରଣାଳୟ ତରଫରୁ ରିଜର୍ଭ ବୁକିଂ ଉପରେ ଏହି ବୟସର ପିଲାମାନଙ୍କୁ ସାମିଲ କରିଛନ୍ତି । ଅର୍ଥାତ ଛୋଟ ପିଲାଙ୍କୁ ନେଇ ରିଜରର୍ଭେସନ ବଗିରେ ଯିବାକୁ ହେଲେ ସେମାନଙ୍କ ପାଇଁ ମଧ୍ୟ ପୁରା ଟିକେଟ ବୁକିଂ କରିବାକୁ ପଡିବ । ସେପଟେ ରେଳ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତିକୁ ବିରୋଧ କରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି ଯେ, ବିଜେପି ସରକାର ୧ ବର୍ଷର ପିଲାଙ୍କ ପାଇଁ ବି ରେଳ ଟିକେଟ ବାଧ୍ୟତାମୂଳକ କରିଛି, ଧନ୍ୟବାଦ ଦିଅ କି ଗର୍ଭରେ ଥିବା ପିଲା ଉପରେ ଟିକେଟ ଲଗାଇ ନାହାଁନ୍ତି । ଏ ପର୍ଯ୍ୟନ୍ତ ୧ ରୁ ୫ ବର୍ଷର ପିଲାଙ୍କ ପାଇଁ ରେଳ ବିଭାଗର କୌଣସି କାଟାଗୋରୀ ସିଟ ପାଇଁ ଟିକେଟ ଲାଗୁ ନଥିବା ବେଳେ ୫ ରୁ ୧୧ ବର୍ଷର ପିଲାଙ୍କ ପାଇଁ ଟିକେଟ ବୁକିଂ ବେଳେ କିଛି ବିକଳ୍ପ ମିଳୁଥିଲା । ଏଥିରେ ରହିଥିଲା କି ଯଦି ୫-୧୧ ବର୍ଷ ମଧ୍ୟରେ ପିଲାଙ୍କ ପାଇଁ ପୁରା ବର୍ଥ ନିଆଯାଉଛି ତେବେ ପୁରା ଟିକେଟ କରିବାକୁ ପଡୁଥିଲା । ଯଦି ବର୍ଥ ନ ନିଆଯାଉଛି ତେବେ ଅଧା ଟିକେଟ କରିବାକୁ ପଡୁଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com