ବାଣିଜ୍ୟ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଲେ ରାହୁଲ ଗାନ୍ଧୀ

ଅହମ୍ମଦାବାଦ, ୦୫/୦୯/୨୦୨୨ –   ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ ଘୋଷଣା କରିଛନ୍ତି । ସୋମବାର ଅହମ୍ମଦାବାଦ ସହରରେ ହେଉଥିବା ପରିବର୍ତ୍ତନ ରାଲିରେ ଯୋଗ ଦେଇ ରାହୁଲ କହିଛନ୍ତି, ଯଦି ଗୁଜରାଟରେ କଂଗ୍ରେସର ସରକାର ଆସେ ତେବେ ତୁରନ୍ତ ଚାଷୀ ଭାଇମାନଙ୍କର ଋଣ ଛାଡ କରାଯିବ ସହିତ କୃଷକମାନଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରିବ । ସେହିପରି ସାଧାରଣ ଉପଭୋକ୍ତାଙ୍କୁ ୩ ଶହ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

କଂଗ୍ରେସ ସରକାର ଗଠନ କରିବା ପରେ ଏବେ ଯେଉଁ ଗ୍ୟାସ ହଜାରେ ଟଙ୍କାରେ ମିଳୁଛି ସେହି ଗ୍ୟାସକୁ ୫୦୦ ଟଙ୍କାରେ ଉପଲବ୍ଧ କରାଯିବ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ତୁରନ୍ତ ୪ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦିଆଯିବ । ସେହିପରି ଶିକ୍ଷା କ୍ଷେତ୍ରରେ ଗୁଜରାଟରେ ୩ ହଜାର ଇଂରାଜୀ ମିଡିୟମ୍ ସ୍କୁଲ ଖୋଲାଯିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଓ ଔଷଧ ସେବା ଏବଂ କର୍ପୋରେଟିଭ୍ ସୋସାଇଟରେ ଦୁଗ୍ଧ ଉପରେ ୫ ଟଙ୍କା ପ୍ରତି ଲିଟର ସବସିଡି ଆଦି ଯୋଗାଇ ଦିଆଯିବ । ଗୁଜରାଟରେ ଚଳିତବର୍ଷ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ ଦେଇ କଂଗ୍ରେସ ଶାସନ କ୍ଷମତା ଅକ୍ତିଆର କରିବାପାଇଁ ଜୋରସୋରରେ ପ୍ରଚାର ଅଭିଯାନ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com