ବାଣିଜ୍ୟ

ଦେଶର ଆବଶ୍ୟକତା ପୂରଣ ପାଇଁ ମହଜୁଦ ଅଛି ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ  ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ କରିବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଅତିରିକ୍ତ ଆବଣ୍ଟନ ପାଇଁ ଭାରତ ସରକାରଙ୍କ ସହିତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଉପଲବ୍ଧ ରହିଛି। ଦେଶର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ମହଜୁଦ ଅଛି । ଦେଶର ଆବଶ୍ୟକତାର ପୂରଣ ପାଇଁ ଏହା ଯଥେଷ୍ଟ। ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ୧୫୯ ଲକ୍ଷ ଟନ୍‍ ଗହମ ଓ ୧୦୪ ଲକ୍ଷ ଟନ୍‍ ଚାଉଳ ଉପଲବ୍ଧ ହେବ । ମନ୍ତ୍ରଣାଳୟ କହିଛି, ଗତ ୧୫ ତାରିଖ ସୁଦ୍ଧା କେନ୍ଦ୍ରୀୟ ପୁଲ୍‍ରେ ୧୮୦ ଲକ୍ଷ ଟନ୍‍ ଗହମ ଓ ୧୧୧ ଲକ୍ଷ ଟନ୍‍ ଚାଉଳ ମଜଜୁଦ ଥିଲା

ନିୟମ ଅନୁଯାୟୀ, ପ୍ରତିବର୍ଷ ୧ ଏପ୍ରିଲ, ୧ ଜୁଲାଇ, ୧ ଅକ୍ଟୋବର ଏବଂ ୧ ଜାନୁଆରୀରେ ଖାଦ୍ୟ ଶସ୍ୟର ଏକ ନିର୍ଦ୍ଧିଷ୍ଟ ଷ୍ଟକ୍ ରହିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ଗହମ ଏବଂ ଚାଉଳର ଷ୍ଟକ୍ ସର୍ବଦା ଏହି ଆବଶ୍ୟକ ପରିମାଣଠାରୁ ଅଧିକ ରହିଆସିଛି। ଅକ୍ଟୋବର ୧ ସୁଦ୍ଧା, ୨୦୫ ଲକ୍ଷ ଟନ୍‍ ଗହମ ଏବଂ ୧୦୩ ଲକ୍ଷ ଟନ୍‍ ଚାଉଳର ବଫର୍ ଷ୍ଟକ୍ ବାଧ୍ୟତାମୂଳକ ହୋଇଥିବାବେଳେ ଅକ୍ଟୋବର ୧, ୨୦୨୨ ରେ ପ୍ରାୟ ୨୨୭ ଲକ୍ଷ ଟନ୍‍ ଗହମ ଏବଂ ୨୦୫ ଲକ୍ଷ ଟନ୍‍ ଚାଉଳ ରେକର୍ଡ କରାଯାଇଛି। ଜାନୁଆରୀ ୧, ୨୦୨୩ ରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଉପଲବ୍ଧ ହେବ, ଯାହା ଜାନୁଆରୀ ୧ ର ଆବଶ୍ୟକ ବଫର୍ ଷ୍ଟକ୍ ଠାରୁ ବହୁତ ଅଧିକ ହେବ ବୋଲି ସରକାର ଆକଳନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com