ବାଣିଜ୍ୟ

ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବିମାନ, ଟିକେଟର ମାତ୍ର ଏତିକି

ଭୁବନେଶ୍ୱର,୩୧/୧୦/୨୦୨୨ –  ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବିମାନ । ସୋମବାର ସକାଳ ୧୧ଟା ୩୫ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିଛି ବିମାନ । ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇଛି ଇଣ୍ଡିଆ ଓ୍ବାନ ଏୟାର । ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୦୪୯ ଟଙ୍କା ରହିଛି, ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ ।

ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ୫ଟା ୫୦ରେ ଭୁବନେଶ୍ବରକୁ ଫେରିବ । ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆ ଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com