ବାଣିଜ୍ୟ

ବଢ଼ିଲା ହରଡ଼ ଡାଲି ଦର

ଭୁବନେଶ୍ୱର, ୧୬/୦୫/୨୦୨୩ –    ଓଡ଼ିଶା ବଜାରରେ ହରଡ଼ ଡାଲି ଦର ବୃଦ୍ଧି ପାଇଛି । ୧୫ ଦିନ ଭିତରେ ଅହେତୁକ ଡାଲି ଦର ବଢ଼ି ଚାଲିଛି । ଏପରି ଭାବେ  କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଥିବା ଜଣା ପଡ଼ିଛି । ବର୍ତ୍ତମାନ ହରଡ଼ ଡାଲିର ପାଇକରୀ ଦର କିଲୋ ପିଛା ୧୧୦ ଟଙ୍କାରୁ ୧୨୮ ଟଙ୍କା ରହିଛି । ମହଙ୍ଗା ଡାଲି ଦର ଯୋଗୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଦରବୃଦ୍ଧିକୁ ନିନ୍ଦା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ପୂର୍ବରୁ କିଲୋ ପିଛା ପାଇକରୀ ଦର ଥିଲା ୯୫ ଟଙ୍କାରୁ ୧୧୦ ଟଙ୍କା । ଚଳିତ ବର୍ଷ ହରଡ଼ ଡାଲି ଉତ୍ପାଦନ ୧୦ ପ୍ରତିଶତ କମ୍ ହୋଇଛି । ଏହାର ସୁଯୋଗ ନେଇ ଅସାଧୁ ଭାବେ କର୍ପୋରେଟ ମଲ୍ ମଲିକ ଡାଲି ହୋର୍ଡିଂ କରୁଥିବା ଅଭିଯୋଗ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com