ଜାତୀୟ

ବୁର୍କିନା ଫାସୋରେ ସାମରିକ ଶାସନ : ସରକାରୀ ଟିଭି ଚ୍ୟାନେଲକୁ କବଜା କଲା ସେନା, ରାଷ୍ଟ୍ରପତିଙ୍କୁ ରଖିଛି ଅଟକ

ନୂଆଦିଲ୍ଲୀ() ବୁର୍କିନା ଫାସୋରେ ଆରମ୍ଭ ହୋଇଛି ସାମରିକ ଶାସନ । ଏଠାରେ ସେନା ଶାସନ ଗାଦିରେ ନିଜର ହକ୍ ଜାହିର କରିଛି । ସେନା ରାଷ୍ଟ୍ରପତିଙ୍କୁ ବନ୍ଧକ କରିଛି । ଏହାସହ ସଂସଦକୁ ମଧ୍ୟ ଭଙ୍ଗ କରିଦେଇଛି । ଅଧିକାରୀମାନେ ସୋମବାର ଦେଶର ଟିଭି ଚ୍ୟାନେଲକୁ ଅଧିକାର କରିବା ସହ ଦେଶକୁ କବଜା କରିଥିବା କହିଛି । ଏହାସହ ଠିକ୍ ସମୟରେ ସାମ୍ବିଧାନିକ ବ୍ୟବସ୍ଥା ଦେଶକୁ ଫେରିବ ବୋଲି ନାଗରିକଙ୍କୁ ସେନା ଆଶ୍ୱାସନା ଦେଇଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ସେନା କହିଛି ଯେ, ରାଷ୍ଟ୍ରପତି ରୋଚ୍ କାବୋରେଙ୍କୁ ବନ୍ଧକ କରାଯାଇଛି । ସେମାନେ ସମ୍ବିଧାନକୁ ନିଲମ୍ବିତ କରିଦେଇଛନ୍ତି । ରୋଚ୍ ଦେଶ ଚଳାଇବାରେ ବିଫଳ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳରେ ଆଇନଶୃଙ୍ଖଲା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ରୋଚ୍ ଇସଲାମିକ ବିଦ୍ରୋହୀଙ୍କୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ।

ସେନା ଆହୁରି କହିଛି ଯେ, ସେମାନେ ସବୁ କିଛି ଶାନ୍ତିପୂର୍ଣ୍ଣ ଉପାୟରେ କରୁଛନ୍ତି । ଗିରଫ ହୋଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏହାପୂର୍ବରୁ ରବିବାର ରାତିରେ ରାଷ୍ଟ୍ରପତି ଭବନ ପାଖରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା । ସେଠାରେ ସଙ୍ଘର୍ଷ ଘଟିଥିବା ଖବର ଆସିଥିଲା ।

ଦେଶରେ ଇସଲାମ ଚରମପନ୍ଥୀଙ୍କ ମୁକାବିଲା କରିବାରେ ସଫଳ ହୋଇନଥିଲେ ରାଷ୍ଚ୍ରପତି । ତେଣୁ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଧିରେଧିରେ ଉତ୍ତେଜନା ବଢିଥିଲା । ଯାହା ବିଦ୍ରୋହର ରୂପ ନେଇଥିଲା । ରୋଚ୍ ୨୦୧୫ରୁ ରାଷ୍ଟ୍ରପତି ରହିଛନ୍ତି । କିନ୍ତୁ ନଭେମ୍ବର ୨୦୨୦ରୁ ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । ଦେଶରେ ଆଇଏସଆଇ ଓ ଅଲକାଏଦାର ବାରମ୍ବାର ଆକ୍ରମଣ ପାଇଁ ନାଗରିକ କ୍ଷୁବ୍ଧ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com