Breaking NewsFeaturedଓଡ଼ିଶାଜାତୀୟବାଣିଜ୍ୟ

ବିଶ୍ୱର ଯେ କୌଣସି ସ୍ଥାନରୁ ଜମି କିଣାବିକା କରିହେବ, ଆସିଲା ନୂଆ ନିୟମ

ଘଣ୍ଟା ଘଣ୍ଟା ଭିଡ଼ରେ ଫସିବାକୁ ପଡ଼ିବନି

ମୋବାଇଲ ନ୍ୟୁଜ୍‌ ବ୍ୟୁରୋ: ଓଡ଼ିଶାରେ ବଦଳିଲା ଜମି କିଣାବିକା ନିୟମ । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ନିୟମ ପରିବର୍ତ୍ତନ କଲା ଆଇଜିଆର୍ ବା ଇନ୍‌ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ । ଭିଡ଼ ସମସ୍ୟା ପାଇଁ ଏଥର ଅନ୍‌ଲାଇନ୍‌ରେ ହେବ ସ୍ଲଟ୍ ବୁକିଂ । ଆଉ ଅପେକ୍ଷା ନକରି ମିଳିଥିବା ସମୟରେ ହେବ ପଞ୍ଜିକରଣ । ଆଉ ଏଭଳି ନିୟମ କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ । ଜମିକିଣା ବିକା ପାଇଁ କୌଣସି ପଞ୍ଜିକରଣ ପାଇଁ ଆଗୁଆ ସବ ରେଜିଷ୍ଟ୍ରାର ଅନ୍‌ଲାଇନ୍‌ରେ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ଅନ୍‌ଲାଇନ୍ ପଞ୍ଜିକରଣ କରି ସ୍ଲଟ୍ ନେଇନଥିଲେ ଜମି କିଣା ବିକା ପାଇଁ ମିଳିବ ନାହିଁ ଅନୁମତି । ଏଥି ସହିତ ଜରୁରୀ ପରିସ୍ଥିତିରେ ଅନ୍‌ଲାଇନ୍‌ରେ ତତ୍‌କାଳ ସ୍ଲଟ୍ ଦିଆଯିବାର ବ୍ୟବସ୍ଥା ରହିଥିବା ଆଇଜିଆର୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ନିୟମ ପରେ ଜଣେ ବ୍ୟକ୍ତି ବିଶ୍ୱର କୌଣସି ସ୍ଥାନରେ ରହି ନିଜର ଜମି କିଣାବିକା ପାଇଁ ଅନ୍‌ଲାଇନ୍ ଆବେଦନ କରିପାରିବେ ଓ ସ୍ଲଟ୍ ନେଇପାରିବେ । ଏହି ନିୟମ ପରେ ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର‌୍ୟ୍ୟାପ୍ତ ସମୟ ପାଇବେ। ଯାହାଫଳରେ ଜମିକିଣା ବିକାରେ ଜାଲିଆତିରୋକାଯାଇପାରିବ ଜନସାଧାରଣଙ୍କୁ ଜମିକିଣା ବିକାରେ ସ୍ୱଚ୍ଛତା ରକ୍ଷା କରିବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ବର୍ତ୍ତମାନ ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ୍ କେନ୍ଦ୍ରରେ ଅନ୍‌ଲାଇନ୍ ଯୋଗେ ସ୍ଲଟ୍ ବୁକିଂ କରାଯାଉଛି । ଏହାକୁ ନେଇ ମେ ୨୩ ତାରିଖ ଦିନ ଏ ନେଇ ଓଡ଼ିଶା ଗେଜେଟ୍‌ରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com